ପ୍ରଥମ ବିବାହ ବାର୍ଷିକୀରେ ଦୀପିକା ପିନ୍ଧିଥିବା ଲାଲ ରଙ୍ଗର ଶାଢ଼ି ପଛର ଅଜଣା କଥା

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପଦୁକୋନ୍‌ ଓ ଅଭିନେତା ରଣବୀର ସିଂହ ଗୁରୁବାର ପ୍ରଥମ ବିବାହ ବାର୍ଷିକୀ। ଏହି ଅବସରରେ ଦୁହେଁ ବିଦେଶ ନ ଯାଇ ବା କୌଣସି ଭୋଜିର ଆୟୋଜନ ନ କରି ପରିବାର ସହ ଅତି ସାଧାରଣ ଭାବରେ ଦିନଟିକୁ ପାଳନ କରିଛନ୍ତି। ଦୁହେଁ ଆଜି ପ୍ରଥମେ ତିରୁପତିରେ ଭେଙ୍କେଟେଶ୍ୱର ମନ୍ଦିରକୁ ଯାଇ ଆଶୀର୍ବାଦ ନେଇ ଥିଲେ। ରଣବୀର ଓ ଦୀପିକାଙ୍କ ଏହି ସମୟର ଫଟୋ ସାମ୍ନାକୁ ଆସିଛି।

ପ୍ରଥମ ବିବାହ ବାର୍ଷିକୀ ପାଳନ ଅବସରରେ ଦୀପିକା ଡିଜାଇନର ସବ୍ୟସାଚୀ ଡିଜାଇନ୍‌ କରିଥିବା ଲାଲରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ଗଳାରେ ମଙ୍ଗଳସୂତ୍ର ଓ ମଥାରେ ସିନ୍ଦୁର ଲଗାଇଥିବା ନଜର ଆସୁଛନ୍ତି। ସେହିପରି ରଣବୀର ସିଂହ ବି ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଅଫ୍‌-ହ୍ଵାଇଟ୍‌ ସେରଓ୍ଵାନି ସହିତ ନେହେରୁ ଜ୍ୟାକେଟ ପିନ୍ଧିଛନ୍ତି। ଏଥିସହିତ ଗୋଲାପୀ ରଙ୍ଗର ବନାରସୀ ସାଲ ବି ଘୋଡାଇ ହୋଇଛନ୍ତି। ଦୀପିକା ଓ ରଣବୀର ଦୁହେଁ ହିଁ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏହି ପ୍ରଥମ ବାର୍ଷିକୀ ଫଟୋ ସେୟାର କରିଛନ୍ତି।

ତେବେ ଦୀପିକା ପିନ୍ଧିଥିବା ଏହି ବନାରସୀ ଶାଢ଼ି ହେଉଛି ଗତବର୍ଷ ଇଟାଲୀରେ ଦକ୍ଷିଣ ଭାରତର ପରମ୍ପରା ଅନୁଯାୟୀ ରଣବୀରଙ୍କ ପରିବାର ଦୀପିକାଙ୍କୁ ଏହି ଶାଢ଼ି ସଗୁନ୍‌ରେ ଦେଇଥିଲେ। ରଣବୀର ଓ ଦୀପିକାଙ୍କ ବିବାହ ଫଟୋ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି କି  ଦୀପିକା ଏହି ଶାଢ଼ିର ସଗୁନ୍‌ ଥାଳି ଧରିଥିବା ନଜର ଆସୁଛନ୍ତି। ତେବେ ନଭେମ୍ବର ୧୫ରେ ଦୁହେଁ ଅମ୍ରିତସରର ଗୋଲଡେନ୍‌ ଟେମ୍ପୁଲରେ ଦର୍ଶନ ସାରି ମୁମ୍ବାଇ ଫେରିବେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର