୬୨ ହଜାର ଟଙ୍କା ଲୁଟ୍‌, ୩ ଯୁବକ ଅଟକ

ନୂଆପଡ଼ା/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବୋଇରଗାଁ ପଞ୍ଚାୟତର ମହୁଲପଡ଼ା ଗାଁର ଚିତ୍ରସେନ ମାଝୀଙ୍କଠାରୁ ୬୨ ହଜାର ଟଙ୍କା ଲୁଟ୍‌ ହୋଇଥିବା ବୋଡ଼େନ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବୁଧବାର ଚିତ୍ରସେନ ମାଝୀ ନିଜ ଆବାସ ଗୃହର ଦ୍ୱିତୀୟ କିସ୍ତି ୬୨ ହଜାର ଟଙ୍କା ବୋଡ଼େନ ଷ୍ଟେଟ୍‌ ବ୍ୟାଙ୍କରୁ ଉଠାଇ ସାଇକଲ ଯୋଗେ ନିଜ ଘରକୁ ଫେରୁଥିଲେ। ବୋଡ଼େନ ସାପ୍ତାହିକ ବଜାର ନିଛାଟିଆ ଜାଗାରେ ପଛପଟୁ ୩ ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ଚିତ୍ରସେନଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ। ଚିତ୍ରସେନଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତନାଘନା କରିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୩ ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ଗୋବିନ୍ଦ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର