ପୂଜା ଚୋପ୍ରାଙ୍କ ଦୁଃଖଦ କାହାଣୀ : ଜନ୍ମ ପରେ ଘରୁ ତଡ଼ା ଖାଇଥିଲେ ମା’!

ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ, ଯାହାଙ୍କୁ ଜନ୍ମ ହେବା ପୂର୍ବରୁ ସଂଘର୍ଷ କରିବାକୁ ପଡ଼ିଛି । ଏହି ଅଭିନେତ୍ରୀଙ୍କ କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ। କାରଣ ତାଙ୍କର ନିଜ ବାପା ହିଁ ତାଙ୍କୁ ମାରିବାକୁ ଚାହୁଁଥିଲେ । ସେ ହେଉଛନ୍ତି ‘କମାଣ୍ଡୋ’ର ଅଭିନେତ୍ରୀ ପୂଜା ଚୋପ୍ରା । କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ‘ଅଇୟାରୀ’ରେ ମଧ୍ୟ ନଜର ଆସିଛନ୍ତି ପୂଜା । ନିଜର ଚୁଲବୁଲି ଏବଂ ଖୋଲାପଣ ପାଇଁ ସେ ବଲିଉଡ଼ରେ ବେଶ୍‌ ପରିଚିତ । କିନ୍ତୁ ତାଙ୍କ ଅତୀତର ଦୁଃଖଭରା କାହାଣୀ ବୋଧହୁଏ କାହାକୁ ଜଣା ନ ଥିବ ।

Times of india

କିଛି ଦିନ ତଳେ ଏକ ସାକ୍ଷାତକାରରେ ଆସି ସେ ତାଙ୍କ ଜୀବନର କରୁଣ କାହାଣୀ ପ୍ରଥମ ଥର ପାଇଁ ସମସ୍ତଙ୍କୁ ଜଣାଇଥିଲେ । ଯେତେବେଳେ ସେ ତାଙ୍କ ମା’ଙ୍କ ପେଟରେ ଥିଲେ ସେତେବେଳେ ତାଙ୍କ ବାପା ଝିଅ ହେଲେ ତାଙ୍କ ମା’ଙ୍କୁ ଘରୁ ବାହାର କରିଦେବେ ବୋଲି ଧମକ ଦେଇଥିଲେ । କାରଣ ପୂର୍ବରୁ ପୂଜାଙ୍କର ଜଣେ ବଡ଼ ଭଉଣୀ ଥିଲେ। ତାଙ୍କ ବାପା ଆଉ ଗୋଟିଏ ଝିଅ ଚାହୁଁ ନ ଥିଲେ ।

Mid-Day

ପୂଜା ଜନ୍ମ ହେବା ପରେ ତାଙ୍କ ବାପା ତାଙ୍କୁ ଦେଖିବାକୁ ଡ଼ାକ୍ତରଖାନା ନ ଆସିବା ସହ ତାଙ୍କ ମା’ଙ୍କୁ ଘରୁ ବାହାର କରି ଦେଇଥିଲେ । ତା’ପରେ ପୂଜାଙ୍କ ମା’ ଦୁଇ ଝିଅଙ୍କୁ ନେଇ କୋଲକାତାରୁ ନିଜ ବାପଘର ମୁମ୍ବାଇକୁ ଚାଲି ଆସିଥିଲେ । ଏକା ଦୁଇ ଝିଅଙ୍କୁ ସମ୍ଭାଳିବାକୁ କଷ୍ଟ ହୋଇଥିଲେ ମଧ୍ୟ ସେ ପଛଘୁଞ୍ଚା ଦେଇ ନ ଥିଲେ । ସେଥିପାଇଁ ପୂଜା ତାଙ୍କ ମାଙ୍କୁ ଅଧିକ ସମ୍ମାନ ଦେବା ସହ ସେ ପ୍ରକୃତ ଫାଇଟର ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର