#ମି ଠୁ : ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ : ବୁଧବାର ମୁମ୍ବାଇ ପୁଲିସ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି କରିଛି । ସ୍କ୍ରିନ୍‌ ରାଇଟର ବିନ୍‌ତା ନନ୍ଦାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ୨୦ବର୍ଷ ପୂର୍ବେ ଆଲୋକ ନାଥ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ସୋସିଆଲ ମଡିଆରେ ପର୍ଦ୍ଦାଫାସ କରିଥିଲେ ବିନ୍‌ତା ନନ୍ଦା । ମୁମ୍ବାଇର ଓସିଓ୍ଵାରା ପୁଲିସ ଷ୍ଟେସନରେ ଆଇପିସି ଧାରା ୩୭୬ ଅଧିନରେ ମାମଲା ରୁଜୁ ହୋଇଛି ବୋଲି ମୁମ୍ବାଇର ଅତିରିକ୍ତ ପୁଲିସ କମିସନର ମନୋଜ ଶର୍ମା କହିଛନ୍ତି ।

ଉଲ୍ଲେଖ୍ୟଯୋଗ୍ୟ କି, ଗତ ଅକ୍ଟୋବର ୮ ତାରିଖରେ ବିନ୍‌ତା ନନ୍ଦା ଫେସ୍‌ବୁକ୍‌ରେ #ମି ଠୁ ଅଭିଯାନ ଜରିଆରେ ଏହି ଅଭିଯୋଗ ଆଣିଥିଲେ । ଏହାପରେ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌ (ସିନଟା) ପକ୍ଷରୁ ଆଲୋକ ନାଥଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଏହାପରେ ଆଲୋକ ନାଥ ବିନତା ନନ୍ଦାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

ସମ୍ବନ୍ଧିତ ଖବର