ରାମମନ୍ଦିର ପ୍ରସଙ୍ଗରେ କଠୋର ହେଲା ସଂଘ: ୧୯୯୨ ଭଳି ଆନ୍ଦୋଳନର ଆବଶ୍ୟକତା ପଡ଼ିପାରେ

ନୂଆଦିଲ୍ଲୀ : ରାମ ମନ୍ଦିର ମାମଲାଟି ଫଇସଲା ହେବାରେ ବିଳମ୍ବ ହେଉଥିବାରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ବ୍ୟସ୍ତ ହୋଇପଡିଛି। ଆବଶ୍ୟକ ପଡିଲେ ୧୯୯୨ ପରି ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିପାରେ ବୋଲି ସଂକେତ ଦେଇଛି । ଆଜି ଅାରଏସଏସ ମୁଖ୍ୟ ମୋହନ ଭାଗବତ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ମଧ୍ୟରେ ଏକ ସାକ୍ଷାତକାର ପରେ ଆରଏସଏସ ମହାସଚିବ ଭୈୟାଜୀ  ଯୋଶୀ କହିଛନ୍ତି ଯେ ଆବଶ୍ୟକ ପଡିଲେ ୧୯୯୨ ପରି ଆନ୍ଦୋଳନ ମଧ୍ୟ କରାଯିବ । କୋଟି କୋଟି ଲୋକଙ୍କ ଭାବନା ସହ ଜଡିତ ରାମମନ୍ଦିର ପ୍ରସଙ୍ଗ ଯଦି ସୁପ୍ରିମକୋର୍ଟଙ୍କ ଅଗ୍ରାଧିକାର ତାଲିକାରେ ନାହିଁ, ତାହା ହେଲେ କ’ଣ ଅଛି ? ଆଶା କରାଯାଉଥିଲା ଯେ ଦୀପାବଳି ପୂର୍ବରୁ ଏହି ମାମଲାରେ ଏକ ଭଲ ଖବର ଆସିବ, କିନ୍ତୁ ସୁପ୍ରିମକୋର୍ଟ ତାହାକୁ ଜାନୁୟାରୀ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବାରୁ ସେ ନିରାଶା ପ୍ରକଟ କରିଛନ୍ତି ।

ରାମ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବା ସମ୍ପର୍କରେ ସେ କହିଛନ୍ତି ଏଥିପାଇଁ ଯେଉଁମାନେ ଦାବି କରିବା କଥା କରିବେ, କିନ୍ତୁ କିପରି ଏହି ଅଧ୍ୟାଦେଶ କିମ୍ବା ଆଇନ ଅଣାଯିବ ତାହା ଚିନ୍ତା କରିବା ସରକାରଙ୍କ କାମ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର