ବାଥ୍‌ ଟବ୍‌ରେ କଏନ୍‌ ଭରି କରି ଆଇଫୋନ ଏକ୍ସଏସ୍‌ କିଣିବା ପାଇଁ ସୋ’ରୁମ୍‌ରେ ପହଞ୍ଚିଲେ ଯୁବକ,ତା’ପରେ..

ନୂଆଦିଲ୍ଲୀ : ସବୁ ଲୋକଙ୍କର ଆଇଫୋନ୍‌ ବ୍ୟବହାର କରିବାର ଏକ ସ୍ୱପ୍ନ ରହିଥାଏ । ପ୍ରତିବର୍ଷ ଆପଲ କମ୍ପାନୀ ଆଇଫୋନର ନୂଆ ନୂଆ ଭର୍ସନ ଆଣୁଥିବା ବେଳେ ଏହାର ଦାମ୍‌ ମଧ୍ୟ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ତେବେ ଫୋନ ମଧ୍ୟରେ ଆଇଫୋନକୁ ରାଜା ବୋଲି ଲୋକେ କହୁଥିବା ବେଳେ ଜଣେ ଯୁବକ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

indiatimes.com

ସୂଚନା ମୁତାବକ, ମାର୍କେଟକୁ ନୂଆ ଆସିଥିବା ଆଇଫୋନ ଏକ୍ସଏସ୍‌ କିଣିବା ପାଇଁ ଋଷିଆର ଜଣେ ଯୁବକ ସୋ’ ରୁମ୍‌ରେ ପହଞ୍ଚିଥିଲେ । ତାଙ୍କୁ ଦେଖି ସୋ’ ରୁମ୍‌ ଭିତରେ ଏବଂ ବାହାରେ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାର କାରଣ ଥିଲା ସେ ଧରିଥିବା ବାଥ୍‌ ଟବ୍‌, ଯାହା କଏନ୍‌ରେ ଭର୍ତ୍ତି ହୋଇଥିଲା । ନିଜ ବନ୍ଧୁଙ୍କ ସହାୟତାରେ ଯୁବକଜଣକ ବାଥ୍‌ ଟବ୍‌କୁ ନେଇ ସୋ’ ରୁମ୍‌ ଭିତରେ ରଖିବା ପରେ ସୋ’ରୁମ୍‌ କର୍ମଚାରୀଙ୍କ ହୋସ ଉଡ଼ି ଯାଇଥିଲା । ପରେ ସୋ’ ରୁମ୍‌ କର୍ମଚାରୀଙ୍କୁ ଏହି ଟଙ୍କା ଗଣିବା ପାଇଁ ଅନେକ ସମୟ ଲାଗିଥିଲା । ଟଙ୍କା ଗଣିବା ସରିବା ପରେ ଯୁବକଙ୍କୁ ତାଙ୍କ ମନ ପସନ୍ଦର ଫୋନ ମିଳି ଯାଇଥିଲା । ତେବେ ଏତେ ସଂଖ୍ୟକ କଏନ୍‌ ନେଇ ଆଇଫୋନ ଏକ୍ସଏସ୍‌ ଭଳି ଫୋନ କିଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର