ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଦୁଇ ଚକିଆ ଯାନ ଯାଞ୍ଚ କାଳରେ ଜନୈକା ଯୁବତୀଙ୍କୁ ଲାଠିରେ ପିଟିବା, ଦୁଇଜଣ ପୁଲିସ୍ ଟ୍ରାଫିକ୍ କନେଷ୍ଟବଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୁବତୀଙ୍କୁ ଲାଠିରେ ପିଟିଥିବା ଦୁଇ ପୁଲିସ୍ ଟ୍ରାଫିକ କନେଷ୍ଟବଲଙ୍କୁ ଅବିଳମ୍ବେ ନିଳମ୍ବିତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଲକ୍ଷ୍ନୌ ଗୋମତି ନଗରସ୍ଥିତ ଜନେଶ୍ୱର ମିଶ୍ର ପାର୍କ ନିକଟରେ ଗତ ବୁଧବାର ଦିନ ଦୁଇ ଚକିଆ ଯାନଗୁଡ଼ିକର ଯାଞ୍ଚ ଚାଲିଥିଲା। ଏହି ସମୟରେ ସେହି ବାଟ ଦେଇ ନିଜ ସ୍କୁଟିରେ ଯାଉଥିବା ଜେନୈକା ଯୁବତୀଙ୍କୁ ଅଟକାଇବା ପାଇଁ ସେଠାରେ ଥିବା ପୁଲିସ୍ ଟ୍ରାଫିକ୍ କନେଷ୍ଟବଲ ଅଙ୍କିତ ନାଗର ତାଙ୍କ ହାତରେ ଧରିଥିବା ଏକ ଲାଠିରେ ସଂପୃକ୍ତା ଯୁବତୀଙ୍କ ନାକକୁ ପିଟି ଦେଇଥିଲେ। ଏହି ଘଟଣାରେ ଯୁବତୀଙ୍କ ନାକ ଫାଟିଯିବା ସହ ତାଙ୍କ ମୁହଁରେ କ୍ଷତ ସୃଷ୍ଟି ହୋଇଥିଲା।
ଏହି ଘଟଣା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ସେ ଘଟଣାରେ ସଂପୃକ୍ତ ପୁଲିସ୍ ଟ୍ରାଫିକ୍ କନେଷ୍ଟବଲ ଅଙ୍କିତ ନାଗରଙ୍କ ସମେତ ଅନ୍ୟ ଜଣେ କନେଷ୍ଟବଲଙ୍କୁ ନିଲମ୍ବିତ କରିବା ସହ ଘଟଣା ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଏଏସ୍ପି ଚକ୍ରେଶ ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।