ଲୋକସଭାରୁ ଇସ୍ତଫା ଦେଲେ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ୫ ଜଣ ଲୋକସଭା ସାଂସଦ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପାଞ୍ଚ ଜଣ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଲୋକସଭା ସାଂସଦ ଇସ୍ତଫା ଦେଇଛନ୍ତି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆ ନ ଯିବାରୁ ସେମାନେ ଅସନ୍ତୁଷ୍ଟ ହୋଇଥିଲେ। ଏଥିପାଇଁ ପୂର୍ବରୁ ସେମାନେ ଧମକ ଦେଇଥିଲେ।

ଦଳର ଅଧ୍ୟକ୍ଷ ଓ୍ଵାଇ ଏସ୍‌ ଜଗମୋହନ ରେଡ୍ଡୀ ଏପ୍ରିଲ୍‌ ୧ ତାରିଖ ଦିନ ଘୋଷଣା କରିଥିଲେ କି, ଆଜି ତାଙ୍କ ସାଂସଦମାନେ ଇସ୍ତଫା ଦେବେ। ସଂସଦରେ ଚାଲିଥିବା ଚଳିତ ବର୍ଷର ବଜେଟ୍‌ ଅଧିବେଶନ ସରିବା ପରେ ସେମାନେ ଇସ୍ତାଫା ଦେବେ ବୋଲି ଘୋଷଣା କରିଥିଲେ।

ସାଂସଦମାନେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଇସ୍ତଫା ଦେବା ପରେ ରେଡ୍ଡୀ ଆଜି ଟୁଇଟ୍‌ କରିଛନ୍ତି: ଆମେ ଯାହା କହୁ ତାହା କରୁ…।

ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଗତ ନିର୍ବାଚନରେ ଲୋକସଭାରେ ଆଠଟି ଆସନ ହାସଲ କରିଥିଲା। କିନ୍ତୁ, ନନ୍ଦ୍ୟାଲର ପି ଓ୍ଵାଇ ସୁବ୍ଦା ରେଡ୍ଡୀ, କୁର୍‌ନୂଲ୍‌ରୁ ବୁଟ୍ଟା ରେଣୁକା ଏବଂ ଅରାକୁର କୋତାପଲ୍ଲୀ ଗୀତା ଟିଡିପିରେ ଯୋଗ ଦେବାରୁ ଦଳରେ ବାକି ୫ ଜଣ ସାଂସଦ ରହିଥିଲେ।

ସମ୍ବନ୍ଧିତ ଖବର