ଇଟାଲିର ୨୬ ବର୍ଷୀୟା ମହିଳା ଏଲିସା ଜେଚିନି ସମୁଦ୍ରର ୩୫୧ ଫୁଟ ଗଭୀରତା ମଧ୍ୟରେ ପହଁରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ପହଁରିବା ସମୟରେ ସମୁଦ୍ର ମଧ୍ୟରେ ୩ ମିନିଟ୍ ପର୍ଯ୍ୟନ୍ତ ନିଜ ନିଶ୍ୱାସ ବନ୍ଦ କରି ରଖିଥିଲେ। ସବୁଠାରୁ ବଡ କଥା ହେଉଛି, ଏଲିସା ସମୁଦ୍ର ମଧ୍ୟରେ ଯେତେ ଦୂର ବାଟ ଅତିକ୍ରମ କରିଛନ୍ତି, ତାହା ଏକ ଫୁଟବଲ୍ ପଡିଆ ସହ ସମାନ ଅଟେ। ତେବେ ଏହି ରେକର୍ଡକୁ ସେ ବ୍ଲୁ ହେ୍ଵଲରେ ଚାଲିଥିବାରେ କରିଛନ୍ତି। ଆଉ ଏଥିପାଇଁ ୨୬ ବର୍ଷୀୟ ଏଲିସା ନିଜକୁ ବହୁ ପୂର୍ବରୁ ପ୍ରସ୍ତୁତ ରଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସମୁଦ୍ରର ଗଭୀରତାକୁ ଓହ୍ଲାଇବା ସହଜ କାମ ନୁହେଁ। ଏହି ବିପଦପୂର୍ଣ୍ଣ କାମ ପାଇଁ ସେ ଏକ ରଶିର ସାହାଯ୍ୟ ନେଇଥିଲେ। ରଶିର ସାହାଯ୍ୟ ସେ ଏଥିପାଇଁ ନେଇଥିଲେ, କାରଣ ପହଁରିବା ସମୟରେ କୌଣସି ଅସୁବିଧା ହେଲେ, ସେ ଏହି ରଶିର ସାହାଯ୍ୟ ନେଇପାରିବେ। ଏହା ସହ ଏହି ରଶି ତାଙ୍କୁ ସମୁଦ୍ରର ଗଭୀରତାକୁ ଯିବା ପାଇଁ ମଧ୍ୟ ସାହାଯ୍ୟ କରୁଥିଲା।
ତେବେ ତାଙ୍କର ଏକ ଭିଡିଓ ମଧ୍ୟ ଜାରି ହୋଇଛି, ଯେଉଁଥିରୁ ଜଣାପଡୁଛି ଯେ, ସେ ଏହି ରେକର୍ଡ ପାଇଁ କଠିନ ପରିଶ୍ରମ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଲିସା ପହଁରି ପହଁରି ସମୁଦ୍ରର ଏତେ ଗଭୀରତାକୁ ଚାଲିଯାଇଥିଲେ, ଯେଉଁଠାକୁ ସୂର୍ଯ୍ୟଙ୍କର କିରଣ ପହଞ୍ଚିପାରି ନଥାଏ। ସେ ନିଜ ନିଶ୍ୱାସ ଏବଂ ନିଜ ବୁଦ୍ଧିକୁ ନିୟନ୍ତ୍ରଣରେ ରଖି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିପାରିଛନ୍ତି।