ଦଳଗତ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ଭାରତ ନବମ ସ୍ଥାନରେ ରହି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି। ଓଡ଼ିଆ ତାରକା ରାକେଶ କୁମାର ପାତ୍ର, ଆଶିଷ କୁମାର, କୁମାର ଗୌରବ, ଯୋଗେଶ୍ୱର ସିଂହ ଏବଂ ସିଦ୍ଧାର୍ଥ ବର୍ମାଙ୍କୁ ନେଇ ଗଠିତ ଭାରତୀୟ ଦଳ ନବମ ସ୍ଥାନରେ ରହିଥିଲା। ପ୍ରଥମ ୮ ସ୍ଥାନରେ ରହି ଚୀନ, ଜାପାନ, କୋରିଆ, ଚାଇନିଜ୍ ତାଇପେ, ଭିଏତନାମ, କାଜାକସ୍ତାନ, ଉଜବେକିସ୍ତାନ ଓ ଇରାନ ଫାଇନାଲ୍କୁ ଉନ୍ନୀତ ହୋଇଥିଲେ।