ଆଇପିଏଲ୍‌ ୨୦୧୯: ନେଟ୍‌ ଅଭ୍ୟାସରେ ରିକିଂ ପଣ୍ଟିଂ-ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୯ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଚଳିତ ସଂସ୍କରଣର ଆଇପିଏଲ୍‌ ଆଗାମୀ ମାର୍ଚ୍ଚ ୨୩ରୁ ଆରମ୍ଭ ହେଉଛି। ଏଥି ପାଇଁ ଆଇପିଏଲ୍‌ର ପ୍ରାୟୋଜକ ଦଳ ନେଟ୍‌ ଅଭ୍ୟାସରେ ଲାଗିଛନ୍ତି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌ ମଧ୍ୟ ଶୁକ୍ରବାର ଅଭ୍ୟାସ କରିଛି। ଟିମ୍‌ର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ଏବଂ ପରାମର୍ଶଦାତା ସୌରଭ ଗାଙ୍ଗୁଲି ଅଭ୍ୟାସ ସମୟରେ ଦେଖାଯାଇଛନ୍ତି।

ଦିଲ୍ଲୀ କ୍ୟାପିଟାଲସ୍‌ର ୫ ମ୍ୟାଚ୍‌

ମାର୍ଚ୍ଚ ୨୪ (ରବିବାର): ମୁମ୍ବାଇ ଇଣ୍ଡିଆନସ୍‌ ବନାମ ଦିଲ୍ଲୀ କ୍ୟାପିଟାଲସ୍‌, ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମ୍‌
ମାର୍ଚ୍ଚ ୨୬ (ମଙ୍ଗଳବାର): ଦିଲ୍ଲୀ କ୍ୟାପିଟାଲସ୍‌ ବନାମ ଚେନ୍ନାଇ ସୁପର କିଙ୍ଗସ୍‌, ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌
ମାର୍ଚ୍ଚ ୩୦ (ଶନିବାର): ଦିଲ୍ଲୀ କ୍ୟାପିଟାଲସ୍‌ ବନାମ କୋଲକାତା ନାଇଟ୍‌ ରାଇଡର୍ସ, ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌

ଏପ୍ରିଲ ୦୧ (ସୋମବାର): କିଙ୍ଗ୍‌ ଏକ୍ସଆଇ ପଂଜାବ ବନାମ ଦିଲ୍ଲୀ କ୍ୟାପିଟାଲସ୍‌, ମୋହାଲିର ପିସିଏ ଷ୍ଟାଡିୟମ୍‌
ଏପ୍ରିଲ ୦୪ (ମଙ୍ଗଳବାର): ଦିଲ୍ଲୀ କ୍ୟାପିଟାଲସ୍‌ ବନାମ ସନରାଇଜର୍ସ ହାଇଦ୍ରାବାଦ, ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌

ସମ୍ବନ୍ଧିତ ଖବର