ଥାଇଲାଣ୍ଡ୍‌ ଓପନ୍‌ ଟିଟି: ରୌପ୍ୟ ଜିତିଲେ ସାଥୀୟାନ୍‌-ସେଟ୍ଟୀ

ନୂଆଦିଲ୍ଲୀ: ଭାରତୀୟ ଟେବୁଲ ଟେନିସ୍‌ ଯୋଡ଼ି ଜି ସାଥୀୟାନ୍‌ ଏବଂ ସାନିଲ ସେଟ୍ଟୀ ଥାଇଲାଣ୍ଡ୍‌ ଓପନ୍‌ ପୁରୁଷ ଯୁଗଳରେ ରୌପ୍ୟ ପଦକ କରାୟତ କରିଛନ୍ତି। ଏହି ଯୋଡ଼ି ୩-୧ରେ ଜାପାନ୍‌ ଯୋଡ଼ି ଏବଂ ୨-୦ରେ ମାଲେସିଆ ଯୋଡ଼ିକୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ସେମିଫାଇନାଲ୍‌ରେ ନିଜ ଦେଶର ହର୍ମୀତ୍‌ ଦେସାଇ ଓ ମାନବ ଠାକୁରଙ୍କୁ ୩-୨ରେ ହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ତେବେ ସୋମବାର ଫାଇନାଲ୍‌ରେ ସାଥୀୟାନ୍‌-ସେଟ୍ଟୀ ଜର୍ମାନି ଯୋଡ଼ି ତୋବିଆସ୍‌ ହିପ୍‌ଲର ଓ କିଲିଆନ୍‌ ଓର୍ତଙ୍କଠୁ ୧୧-୯, ୧୨-୧୪, ୯-୧୧, ୭-୧୧ରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।

ସମ୍ବନ୍ଧିତ ଖବର