ରାହୁଲଙ୍କୁ ପୂର୍ବ ପାକ୍‌ ମନ୍ତ୍ରୀଙ୍କ ପ୍ରଶଂସାର ଜବାବ ଦେଲେ ସ୍ମୃତି ଆମେଥି ଏବେ ଏକେ-୨୦୩ ତିଆରି କରୁଛି

ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନ ମନ୍ତ୍ରୀ ଚୌଧରୀ ଫୱାଦ ହୁସେନ ଏକ୍ସ‌ରେ ଏକ ପୋଷ୍ଟ୍‌ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବାରୁ ଉକ୍ତ ପ୍ରସଙ୍ଗରେ ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହାର କଡ଼ା ଜବାବ ରଖିଛନ୍ତି। ଆମେଥିରେ ଏକ ରାଲିରେ ଉଦବୋଧନ ଦେଇ ସ୍ମୃତି କହିଛନ୍ତି, ଆମେଥି ଏବେ ଏକେ-୨୦୩ ରାଇଫଲ ଫ୍ୟାକ୍ଟ୍ରିରେ ପରିଣତ ହୋଇଛି ଯାହାକୁ ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବାପାଇଁ ବ୍ୟବହାର କରାଯାଉଛି। ସ୍ମୃତି କହିଛନ୍ତି, ଫୱାଦ ହୁସେନ ଆମେଥି ନୁହେଁ ପାକିସ୍ତାନ ପାଇଁ ବ୍ୟସ୍ତ ହେବା ଉଚିତ।

ଏପର୍ଯ୍ୟନ୍ତ ମୁଁ ଜଣେ କଂଗ୍ରେସ ନେତାଙ୍କ ବିରୋଧ‌ରେ ଲଢ଼ୁଥିଲି କିନ୍ତୁ ଏବେ ଜଣେ ପାକିସ୍ତାନୀ ନେତା କହୁଛନ୍ତି, ସ୍ମୃତି ଇରାନୀଙ୍କୁ ହରାଇବା ଉଚିତ। ହୁସେନଙ୍କୁ ଇଙ୍ଗିତ କରି ସ୍ମୃତି କହିଛନ୍ତି, ଆପଣ ପାକିସ୍ତାନକୁ ଠିକ୍‌ରେ ଚଳାଇ ପାରୁନାହାନ୍ତି କିନ୍ତୁ ଆମେଥି ବିଷୟରେ ଚିନ୍ତା କରୁଛନ୍ତି। ସ୍ମୃତି କହିଛନ୍ତି, ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ପୂର୍ବତନ ପାକିସ୍ତାନୀ ମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନିନ୍ଦା କରିନାହାନ୍ତି। ତେବେ ରାହୁଲଙ୍କୁ ମୁଁ ଏହା ପଚାରିବାକୁ ଚାହୁଛି ଯେ ପାକିସ୍ତାନ ସହ ତାଙ୍କର ସମ୍ପର୍କ କ’ଣ ? ରାହୁଲଙ୍କୁ କଟାକ୍ଷ କରି ସ୍ମୃତି କହିଛନ୍ତି, ଦେଶରେ ନିର୍ବାଚନ ହେଉଛି କିନ୍ତୁ ଆପଣଙ୍କୁ ବିଦେଶ ମାଟିରୁ ବାରମ୍ବାର ସମର୍ଥନ ମିଳୁଛି।

ସମ୍ବନ୍ଧିତ ଖବର