ଖୋର୍ଦ୍ଧା ଟାଉନ୍‌ ଲୋକେଶ୍ୱରପୁର ଅଞ୍ଚଳରୁ ୧୦ ଟି ହାତ ବୋମା ଉଦ୍ଧାର

ଖୋର୍ଦ୍ଧା: ରବିବାର ପୂର୍ବାହ୍ନରେ ଖୋର୍ଦ୍ଧା ଟାଉନ୍‌ ଅନ୍ତର୍ଗତ ଲୋକେଶ୍ୱରପୁର ଅଞ୍ଚଳରୁ ୧୦ଟି ହାତ ତିଆରି ବୋମା ଉଦ୍ଧାର କରାଯାଇଛି।

ସକାଳ ପ୍ରାୟ ୯ଟା ସମୟରେ ସ୍ଥାନୀୟ ଲୋକେଶ୍ୱର ମନ୍ଦିର ରାସ୍ତା ପାଖ ପଲ୍ଲାସାହିର ଏକ ଅରମା ଭରା ସ୍ଥାନରେ ଗୋଟିଏ କାଗଜ ପେଟିରେ ବୋମା ରଖାଯାଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।

ଖୋର୍ଦ୍ଧା ପୁଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡ଼ିକ ଉଦ୍ଧାର କରିଥିଲେ। ଦଶଟିଯାକ ବୋମାକୁ ପାଣି ଭରା ବାଲ୍‌ତିରେ ପୂରାଇ ଥାନାକୁ ଅଣାଯାଇଛି।

ପୁଲିସ ଏ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର