ସିଙ୍ଗାପୁର : ଚିକିତ୍ସା ପାଇଁ ଆସିଥିବା ଯୁବତୀଙ୍କ ସହ ଅସଦାଚରଣ କରି ଜେଲ ଦଣ୍ଡ ଭୋଗିଲେ ଫିିଜିଓଥେରାପିଷ୍ଟ । ଏହି ଘଟଣାଟି ବର୍ଷେ ପୂର୍ବରୁ ଘଟିଥିବା ବେଳେ ଅଭିଯୁକ୍ତ ଫିିଜିଓଥେରାପିଷ୍ଟ ଲ୍ୟୁକ୍ ମଣିମରନ୍ ଡ଼େଗାରଜୋଙ୍କୁ(୪୩) ବୁଧବାର ୧୧ମାସ ଜେଲ ଦଣ୍ଡ ଦିଆଯାଇଛି ।
ସୂଚନା ମୁତାବକ, ଯୁବତୀ ଜଣଙ୍କ ଅଣ୍ଟାରେ ଯନ୍ତ୍ରଣା ହେବାରୁ ସେ ଲ୍ୟୁକ୍ ମଣିମରନ୍ ଡ଼େଗାରଜୋଙ୍କ କ୍ଲିନିକ୍କୁ ଚିକିତ୍ସା ପାଇଁ ଆସିଥିଲେ । ଗତ ବର୍ଷ ମାର୍ଚ୍ଚ ୨୫ରେ ସେ ନିଜ ମା’ଙ୍କ ସହ କ୍ଳିନିକ୍ ଆସିଥିବା ବେଳେ ଲ୍ୟୁକ୍ ମଣିମରନ୍ ଡ଼େଗାରଜୋଙ୍କୁ ତାଙ୍କ ଅସୁବିଧା ବିଷୟରେ କହିଥିଲେ । ଏହା ପରେ ଲ୍ୟୁକ୍ ତାଙ୍କୁ ମସାଜ୍ ଦରକାର ବୋଲି କହି ଏକ ରୁମ୍କୁ ଯିବାକୁ କହିଥିଲେ । ଯୁବତୀ ଜଣଙ୍କ ରୁମ୍କୁ ଯିବା ପରେ ଲ୍ୟୁକ୍ ତାଙ୍କୁ ବେଡ଼୍ ଉପରେ ଶୋଇବାକୁ କହିବା ସହ ମସାଜ୍ ଆରମ୍ଭ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ମସାଜ୍ କରିବାର କିଛି ସମୟ ପରେ ଲ୍ୟୁକ୍ ଯୁବତୀଙ୍କୁ ତାଙ୍କ ପୋଷାକ କାଢ଼ିବା ପାଇଁ କହିଥିଲେ । ଏହା ମସାଜର ଏକ ଅଂଶ ହୋଇଥିବା ବୋଲି ଭାବି ଯୁବତୀ ଜଣଙ୍କ ନିଜ୍ ଟପ୍ କାଢ଼ିବା ସହ ତଳେ ପିନ୍ଧିଥିବା ସ୍କଟ୍କୁ କାଡ଼ିଥିଲେ । ଏହ ପରେ ଲ୍ୟୁକ୍ ଯୁବତୀଙ୍କ ଖରାପ ଭାବରେ ଛୁଇଁବା ସହ ତାଙ୍କ ଅନ୍ତବସ୍ତ୍ରକୁ କାଢ଼ିବାକୁ ଚେଷ୍ଟା କରିଥିଲେ । ଯୁବତୀ ଜଣଙ୍କ ମନା କରିବା ସତ୍ତ୍ୱେ ମଧ୍ୟ ଲ୍ୟୁକ୍ ଦୁଇ ଥର ତାଙ୍କ ସହ ଅସଦାଚରଣ କରିଥିଲେ । ପୀଡ଼ିତା ଜଣଙ୍କ ଜୋରରେ ପାଟି କରିବା ପରେ ତାଙ୍କୁ ଉଦ୍ଧାର କରାଯିବା ସହ ଲ୍ୟୁକ୍ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଯାହାର ଶୁଣାଣି କରି ତାଙ୍କୁ ବୁଧବାର ୧୧ମାସ ଜେଲଦଣ୍ଡ ଦିଆ ଯାଇଛି ।