ନୂଆଦିଲ୍ଲୀ : ପେଟ୍ରୋଲ୍ ଓ ଡିଜେଲ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ତେଲ କଂପାନିଗୁଡ଼ିକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଲିଟର ପିଛା ଏକ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିଯିବାକୁ କୁହାଯାଇଛି। ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୦ ଡଲାର ପାଖାପାଖି ପହଞ୍ଚିଯାଇଛି। ଫଳରେ ଭାରତରେ ଲୋକମାନଙ୍କୁ ଏକ ଲିଟର ପେଟ୍ରୋଲ୍ କିଣିବାକୁ ୭୨ ଟଙ୍କା ୮୨ ପଇସା ଓ ଡିଜେଲ କିଣିବାକୁ ୬୯ ଟଙ୍କା ୬୯ ପଇସା ଗଣିବାକୁ ପଡ଼ୁଛି। ୨୦୧୪ ପରେ ଅଶୋଧିତ ତେଲ ଦର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ତେବେ ସରକାର ସେମାନଙ୍କୁ ଏଭଳି କୌଣସି ନିର୍ଦେଶ ଦେଇନାହାନ୍ତି ବୋଲି ଦେଶର ଦୁଇ ପ୍ରମୁଖ ସରକାରୀ ତେଲ କଂପାନି ଇଣ୍ଡିଆନ୍ ଅଏଲ୍ ଓ ଏଚ୍ପିସିଏଲ୍ର ମୁଖ୍ୟ କହିଛନ୍ତି। ଇଣ୍ଡିଆନ୍ ଅଏଲର ଅଧ୍ୟକ୍ଷ ସଞ୍ଜୀବ ସିଂହ କହିଛନ୍ତି ଯେ ଆମକୁ ସେଭଳି କୌଣସି ନିର୍ଦେଶ ଦିଆଯାଇନାହିଁ। ଏଚ୍ପିସିଏଲ୍ର ସିଏମ୍ଡି ଏମ୍ କେ ସୁରନା ମଧ୍ୟ କହିଛନ୍ତି ଯେ ଆମକୁ ସେଭଳି କୌଣସି ନିର୍ଦେଶନାମା ଦିଆଯାଇନାହିଁ।