ଭୁବନେଣ୍ଵର: ଓଡ଼ିଶାରେ ପ୍ରଥମ ଥର ପାଇଁ ମିଳିବ ଏକ୍ସପାୟରି ଟ୍ୟାଗ ଥିବା ଅଣ୍ଡା । ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଏଭଳି ଅଣ୍ଡା ଦେଖିବାକୁ ମିଳିଛି । ବଲାଙ୍ଗିରରେ ଥିବା ଓଭୋ ହେଚେରି ଫାର୍ମରେ ସୁଇସ ପଦ୍ଧତିରେ ଅଣ୍ଡାଗୁଡ଼ିକରେ ତାର ସଂରକ୍ଷଣ ସମୟସୀମା ଲେଖା ରହିଛି । କିଛି ମାସ ହେବ ପ୍ଲାଷ୍ଟିକ ଅଣ୍ଡା ମାର୍କେଟକୁ ଆସିବା ପରେ ଚିନ୍ତାରେ ପଡ଼ିଯାଇଥିଲେ ଗ୍ରାହକ । ହେଲେ ଏବେ ଏକ୍ସପାୟରି ତାରିଖ ଲେଖା ଥିବା ଅଣ୍ଡା ବଜାରକୁ ଆସିବା ପରେ ଖାଉଟି ଆଶ୍ୱସ୍ତି ହୋଇଛନ୍ତି । ଅର୍ଥାତ୍ ଏଣିକି ଅଣ୍ଡାକୁ ନେଇ ବ୍ୟବସାୟୀ ଆଉ ଗ୍ରାହକଙ୍କୁ ଠକି ପାରିବେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ପୂର୍ବରୁ ଅଣ୍ଡାଗୁଡ଼ିକ କେତେଦିନ ପୁରଣା ତାହା ଜଣାପଡ଼ୁ ନଥିଲା । ଏହି ଅଣ୍ଡାର ଏକ୍ସପାୟରି ଡେଟ ରହିବା ଦ୍ୱାରା ଖାଉଟିମାନେ ସଚେତନ ହୋଇପାରିବେ । ଏତଦ୍ବ୍ୟତୀତ ଅଣ୍ଡାର ଅବଧି ଏକମାସ ରହିବ। ଏହାଦ୍ୱାରା ସାଧାରଣ ଖାଉଟି ଆଉ ଠକାମିର ଶିକାର ହେବେ ନାହିଁ । ଏପରିକି ପୁରୁଣା ଓ ନୂଆ ଅଣ୍ଡାକୁ ନେଇ ଦେଖାଯାଉଥିବା ସମସ୍ୟା ମଧ୍ୟ ଦୂର ହୋଇପାରିବ।