ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଯଶଓ୍ଵନ୍ତ ସିହ୍ନା ଆଜି ଦଳ ଛାଡ଼ିଥିବା କଥା ଜଣା ପଡ଼ିଛି । ବିଜେପି ଛାଡ଼ି ସେ ଆଗକୁ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଦଳୀୟ ରାଜନୀତିରୁ ସନ୍ୟାସ ନେଉଛନ୍ତି ବୋଲି ଯଶଓ୍ଵନ୍ତ ସିହ୍ନା ସାମ୍ବାଦିକମାନଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ଼ ସମାଲୋଚକ ଭାବେ ଜଣାଶୁଣା ୨୦୧୬ ମସିହାରେ ମୋଦି ସରକାର ନେଇଥିବା ବିମୁଦ୍ରାୟନ ଭଳି ଅର୍ଥନୈତିକ ନିଷ୍ପତ୍ତିକୁ ସେ କଠୋର ସମାଲୋଚନା କରି ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେବ ବୋଲି ସେ ମତ ରଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିହାରର ରାଜଧାନୀ ସହର ପାଟନାରେ ଆୟୋଜିତ ଏକ ଏକ ଜନସଭାରେ ଯୋଗ ଦେଇ ଶନିବାର ଏହି ଘୋଷଣା କରିଛନ୍ତି । ଏହା ସହ ସଂସଦର ବଜେଟ୍ ଅଧିବେଶନ ସମୟରେ ଯାହାବି ବାଧା ସୃଷ୍ଟି ହୋଇଥିଲା ସେଥିପାଇଁ ସେ ଏନ୍ଡ଼ିଏ ସରକାରଙ୍କୁ ଦାୟୀ କରିବା ସହ ଭାରତରେ ଲୋକତନ୍ତ୍ରର ସୁରକ୍ଷା ପାଇଁ ସେ କାମ କରିବେ ବୋଲି ମତ ରଖିଛନ୍ତି ।
ଦଳୀୟ ରାଜନୀତିରୁ ସନ୍ୟାସ ନେଇ ସେ ବିଜେପି ସହ ସମସ୍ତ ସଂପର୍କ ଛିନ୍ନ କରୁଛନ୍ତି ବୋଲି ସିହ୍ନା କରିଥିଲେ । ଏହି ସଭାରେ କଂଗ୍ରେସ ସମେତ ଅନେକ ଦଳର ନେତା ମଧ୍ୟ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ କି ଗତ ଜାନୁଆରିରେ ଯଶଓ୍ଵନ୍ତ ସିହ୍ନା ରାଷ୍ଟ୍ରମଞ୍ଚ ନାମରେ ଏକ ରାଜନୈତିକ ମଞ୍ଚ ଗଠନ କରଇଥିଲେ। ଏହି ମଞ୍ଚରେ ଆଉ ଜଣେ ମୋଦି ସମାଲୋଚକ ଅଭିନେତା ଶତୃଘ୍ନ ସିହ୍ନା ମଧ୍ୟ ଯୋଗ ଦେଇଛନ୍ତି।