ଭାରତୀୟ ବଜାରକୁ ଖୁବ ଶୀଘ୍ର ଆସୁଛି ବୈଦ୍ୟୁତିକ ସ୍ମାର୍ଟ ସ୍କୁଟର। ସ୍କୁଟର ଖରାପ ହେବେ ଆଉ ଆପଣଙ୍କୁ ମେକାନିକ ପାଖକୁ ଯିବାକୁ ପଡ଼ିବ ନାହିଁ। ନିଜେ ସ୍କୁଟର ହିଁ କହିଦେବ ଆପଣଙ୍କ ବାହାନ ଖରାପ ହେବାକୁ ଯାଉଛି, ଆଉ ଆପଣ ସଚେତନ ହୋଇଯିବେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଭାରତୀୟ ପ୍ରାଦୌଗିକ ସଂସ୍ଥାନ (ଆଇଆଇଟି) କାନପୁରର ଜଣେ ପୂର୍ବତନ ଛାତ୍ରଙ୍କ ସମେତ ଆଇଆଇଟି ଦିଲ୍ଲୀର କିଛି ଛାତ୍ର ମିଳିତ ଭାବେ ଏକ ସ୍ମାର୍ଟ ବୈଦ୍ୟୁତିକ ସ୍କୁଟର ତିଆରି କରିଛନ୍ତି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସ୍କୁଟର ଖରାପ ହେଲେ ନିଜେ ସୂଚନା ଦେଇଦେବ, ଯେ ବାହାନ ଖରାପ ହେବାକୁ ଯାଉଛି। ଏହାସହ ସ୍କୁଟର ଚାଲିବା ସମୟରେ କେତେ ପ୍ରତିଶତ ବ୍ୟାଟେରୀ ଅଛି ବୋଲି ମଧ୍ୟ ସଙ୍କେତ ଦେଇଦେବ। ଏପରି ହେବାଦ୍ୱାରା ବାହାନ ଚାଳକ ଜାଣିପାରିବେ ଆଉ କେତେ ଦୂର ଚାଲିପାରିବ ସ୍କୁଟର।
ଛାତ୍ରମାନେ ଏହି ସ୍କାର୍ଟ ସ୍କୁଟରକୁ ଦିଲ୍ଲୀର ଇନକ୍ୟୁବେସନ ସେଣ୍ଟରରେ ତିଆରି କରିଛିନ୍ତି। ଏହି ସ୍କୁଟରର ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ଏହାକୁ ବେକମୋହନ ଟେକ୍ନୋଲୋଜି ନାମ ଦେଇଛି। ଏହି ପ୍ରୋଜେକ୍ଟରେ ଏପରି ସେନସର ଲାଗିଛି, ଯାହା ବ୍ୟାଟେରୀ କ୍ଷମତା, ଉପଯୋଗ କ୍ଷମତା ବିଷୟରେ ଚାଳକକୁ ଜଣାଇବ। ସ୍ମାର୍ଟ ସ୍କୁଟରରେ ବ୍ୟାଟେରୀ ଆଉ କେତେ ଦୂର ଯାଇପାରିବ ସେ ନେଇ ଚାଳକକୁ ଜଣାଇବ। ତେବେ ଏହି ସ୍କୁଟରକୁ ଖୁବ ଶୀଘ୍ର ଭାରତୀୟ ବଜାରକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଏହି ସ୍କୁଟର ଆମ ଦେଶରେ ଲଞ୍ଚ ହେବା ପରେ ଏଥିରେ ଯାତ୍ରା କରିବା ଖୁବ ମଜାଦାର ହେବ ବୋଲି ଆଶା କରାଯାଉଛି।