ପାନାସୋନିକ୍ ପକ୍ଷରୁ ଆଜି ଭାରତୀୟ ବଜାରରେ ପି୯୫ ନାମରେ ଏକ ନୂଆ ସ୍ମାର୍ଟଫୋନ୍ର ବଜାର ପ୍ରବେଶ ଘୋଷଣା କରାଯାଇଛି। ଏହାର ମୂଲ୍ୟ ୩୯୯୯ ଟଙ୍କା ରହିଛି। ଆସନ୍ତା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଫ୍ଲିପ୍କାର୍ଟର ବିଗ୍ ସପିଂ ଡେ’ ସେଲ୍ରେ ଏହି ସ୍ମାର୍ଟଫୋନ୍ ଉପଲବ୍ଧ ହେବ। ଏହି ଫୋନ୍ରେ ୫ ଇଞ୍ଚର ହାଇ ଡେଫିନିସନ୍ ଡିସ୍ପ୍ଲେ ସହିତ ୧.୩ ଗିଗାହର୍ଜର କ୍ୱାଡ୍-କୋର୍ କ୍ୱାଲକମ୍ ସ୍ନାପ୍ଡ୍ରାଗନ ପ୍ରୋସେସର ରହିଛି। ଏତଦ୍ବ୍ୟତୀତ ୧ ଜିବି ରାମ୍ ଏବଂ ୧୬ ଜିବିର ଇଣ୍ଟରନାଲ ଷ୍ଟୋରେଜ୍ ବ୍ୟବସ୍ଥା ରହିଛି, ଯାହାକି ମାଇକ୍ରୋଏସ୍ କାର୍ଡ ମାଧ୍ୟମରେ ୧୨୮ଜିବିକୁ ବୃଦ୍ଧି କରାଯାଇ ପାରିବ। ଫୋନ୍ର ପଛରେ ଏଲ୍ଇଡି ଫ୍ଲାସ୍ ଥିବା ୮ ମେଗାପିକ୍ସେଲର କ୍ୟାମେରା ଥିବାବେଳେ ସମ୍ମୁଖ ଭାଗରେ ସେଲ୍ଫି ପାଇଁ ୫ ମେଗାପିକ୍ସେଲର କ୍ୟାମେରା ରହିଛି। ଉକ୍ତ ଫୋନ୍ରେ ୨୩୦୦ ମିଲିଆମ୍ପିଅର ବ୍ୟାଟେରି ରହିଛି।