ଯଦି ବାରମ୍ବାର ଆପଣ ଗୁରୁତ୍ୱପୂର୍ଣ୍ଣ କଥା ଭୁଲି ଯାଉଛନ୍ତି ଓ ଏଥିପାଇଁ ବହୁତ ବ୍ୟସ୍ତ ହୋଇପଡ଼ୁଛନ୍ତି ତା’ହେଲେ ଆଉ ବ୍ୟସ୍ତ ହେବାର ନାହିଁ। ବର୍ତ୍ତମାନ କିଛି ଘରୋଇ ଉପଚାର ଦ୍ୱାରା ନିଜର ସ୍ମରଣ ଶକ୍ତି ପ୍ରଖର କରିପାରିବେ। ଦୈନନ୍ଦିନ ସମସ୍ତଙ୍କ ଘରେ ବ୍ୟବହାର କରାଯାଉଥିବା ଏହି ପ୍ରାକୃତିକ ଜିନିଷକୁ ସେବନ କରି ସ୍ମରଣ ଶକ୍ତିକୁ ଆହୁରି ବଢ଼ାଇବା ସହ ଅନ୍ୟାନ୍ୟ ଅନେକ ରୋଗରୁ ମଧ୍ୟ ମୁକ୍ତି ପାଇ ପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରାହ୍ମୀ: ଏହା ସେବନ କରିବା ଦ୍ୱାରା ମନ ଶାନ୍ତ ହେବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଛୋଟଛୁଆ ମାନଙ୍କ ପାଇଁ ଏହା ଖୁବ୍ ଲାଭଦାୟକ।
କେମିତି ସେବନ କରିବେ: ଗରମ ପାଣିରେ ଅଧା ଚାମଚ ବ୍ରାହ୍ମୀ ଚୂର୍ଣ୍ଣ ଓ ମହୁକୁ ମିଶାଇ ପିଅନ୍ତୁ।
ଡାଳଚିନି: ମସଲା ଭାବେ ବ୍ୟବହାର କରୁଥିବା ଡଳଚିନି ମାନସିକ ଅଶାନ୍ତି ଦୂର କରିଥାଏ ଓ ଏହା ସହ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ଖୁବ୍ ସହାୟକ ହୋଇଥାଏ।
କେମିତି ସେବନ କରିବେ: ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ଡାଲ୍ଚିନି ଚୂର୍ଣ୍ଣ ସହ ମହୁ ମିଶାଇ ଖାଆନ୍ତୁ।
ହଳଦୀ: ସେମିତି ତ ହଳଦୀରେ ଅନେକ ଗୁଣ ରହିଛି। କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ହଳଦୀ ସେବନ କରିବା ଦ୍ୱାରା ଏଥିରେ ଥିବା କିଛି ତତ୍ତ୍ୱ ଆମ ମସ୍ତିଷ୍କରେ ଖରାପ୍ ବା ନଷ୍ଟ ହୋଇଯାଇଥିବା କେତେ ସେଲ୍ଗୁଡ଼ିକୁ ପୁଣି ତିଆରି ହୋଇଥାଏ। ହଳଦୀକୁ ପ୍ରତିଦିନ ସେବନ କରିବା ଦ୍ୱାରା ଏଲ୍ଜାଇମର୍ ରୋଗ ମଧ୍ୟ ହୋଇ ନ ଥାଏ।
କେମିତି ସେବନ କରିବେ: ଏକ ଚାମଚ ହଳଦୀକୁ ଉଷୁମ କ୍ଷୀର ସହ ମିଶାଇ ପିଅନ୍ତୁ।
ଜୁଆଣି: ସମସ୍ତେ ଜାଣନ୍ତି ଖାଦ୍ୟ ହଜମ ପାଇଁ ଜୁଆଣି ବହୁତ ଲାଭଦାୟକ। କିନ୍ତୁ ଏହା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଖୁବ୍ ସାହାଯ୍ୟକାରୀ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଛି ଯାହା ଶରୀର ଓ ମସ୍ତିଷ୍କ ପାଇଁ ଖୁବ୍ ଲାଭଦାୟକ।
କେମିତି ସେବନ କରିବେ: ସାଧାରଣ ଭାବେ ରାତ୍ରଭୋଜନ ପରେ ଏହାକୁ ଏକ ଚାମଚ ଖାଇ ପାରିବେ।
ଗୋଲମରିଚ: ଏଥିରେ ରହିଛି ଏମିତି କିଛି ପଦାର୍ଥ ଯାହାର ସେବନ କରିବା ଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ। ଏହା ସହ ଗୋଲମରିଚରେ ଥିବା ପେପ୍ରିନ୍ ନାମକ ପଦାର୍ଥ ଦ୍ୱାରା ମସ୍ତିଷ୍କର ସେଲ୍ ବା କୋଷଗୁଡ଼ିକୁ ଆରାମ ଦେଇଥାଏ। ଏହାକୁ ସେବନ କରିବା ଦ୍ୱାରା ବିଷାଦ ଦୂର ହେବା ସହ ଅନିଦ୍ରା ମଧ୍ୟ ଦୂର କରିଥାଏ।
କେମିତି ସେବନ କରିବେ: କ୍ଷୀର କିମ୍ବା ଅନ୍ୟ ଖାଦ୍ୟ ସହ ମଧ୍ୟ ମିଶାଇ ଖାଇ ପାରିବେ।