କଲମ୍ବୋ: ପାକିସ୍ତାନର ଲାହୋରରେ ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବାକୁ ଅଧିକାଂଶ ବରିଷ୍ଠ ଖେଳାଳି ଅମଙ୍ଗ ହେବାରୁ ପାକିସ୍ତାନ ବିପକ୍ଷ ପୂରା ଟେ୍ଵଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିବେ ବୋଲି ଶୁକ୍ରବାର ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଖେଳାଳିଙ୍କୁ ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ୱେ କିଛି ଅମଙ୍ଗ ଖେଳାଳି ନିଜ ନିଜ ଜିଦ୍ରେ ଅଟଳ ରହିବାରୁ ଶନିବାର ଶ୍ରୀଲଙ୍କା ପକ୍ଷରୁ ପାକିସ୍ତାନ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ଗୋଟିଏ ଦଳ ଘୋଷଣା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପରିପ୍ରେକ୍ଷୀରେ ପୂର୍ବରୁ ଦଳର ନେତୃତ୍ୱ ଭାର ପାଇଥିବା ଉପୁଲ ଥରଙ୍ଗାଙ୍କୁ ଦଳରୁ ବାଦ୍ ଦିଆଯାଇ ତିସାରା ପେରେରାଙ୍କୁ ନୂଆ ଅଧିନାୟକ ମନୋନୀତ କରାଯାଇଛି। ପାକିସ୍ତାନଠାରୁ ୦-୫ରେ ଦିନିକିଆ ଶୃଙ୍ଖଳା ହାରିଥିବା ସିଂହଳୀ ଦଳରୁ ୬ ଖେଳାଳି ନୂଆ ଦଳରେ ସ୍ଥାନ ବଜାୟ ରଖିଛନ୍ତିି। ହେଲେ ଲସିଥ୍ ମାଲିଙ୍ଗାଙ୍କୁ ପୁନର୍ବାର ଉପେକ୍ଷିତ ହେବାକୁ ପଡ଼ିଛି। ଶ୍ରୀଲଙ୍କା ଦଳର ନେତୃତ୍ୱ ନେବା ଗର୍ବର କଥା। ଏହା ଦ୍ୱାରା ମୋ ସ୍ୱପ୍ନ ସାକାର ହେବ ବୋଲି ପେରେରା ପ୍ରକାଶ କରିଛନ୍ତିି।
ଦଳ: ତିସାରା ପେରେରା (ଅଧିନାୟକ), ଦିଲ୍ସାନ୍ ମୁନାଓ୍ଵିରା, ଦନୁଷ୍କା ଗୁଣତିଳକ, ସାଦିରା ସମରବିକ୍ରମ, ଆସାନ ପ୍ରିୟଞ୍ଜନ, ମାହେଲା ଉଦାଓ୍ଵାତେ, ଦାସୁନ୍ ସନକା, ସଚିତ୍ ପଥିରାଣା, ଭିକୁମ୍ ସଞ୍ଜୟ, ଲାହିରୁ ଗାମାଗେ, ସିକୁଜେ ପ୍ରସନ୍ନା, ବିଶ୍ୱ ଫର୍ନାଣ୍ଡୋ, ଇସୁରୁ ଉଡାନା, ଜେଫ୍ରେ ବନ୍ଦରସେ ଓ ଚତୁରଙ୍ଗା ଡି ସିଲ୍ଭା।