ଇସ୍ଲାମାବାଦ : ୧୯୯୮ ମେ ୧୧ରେ ଭାରତ ପୋଖରାନ ଠାରେ ପରମାଣୁ ପରୀକ୍ଷଣ କରିବା ପରେ ନିଜର ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଏକ ପରମାଣୁ ପରୀକ୍ଷଣ କରିବାକୁ ବାଧ୍ୟ ହୋଇଥିଲା ବୋଲି ପାକିସ୍ତାନ ସରକାର କହିଛନ୍ତି । ୨୦ ବର୍ଷ ତଳେ ଆଜିର ଦିନ ଅର୍ଥାତ ମେ ୨୮ରେ ହିଁ ପାକିସ୍ତାନ କାହୁଟାଠାରେ ପରମାଣୁ ପରୀକ୍ଷଣ କରିଥିଲା । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ର ପ୍ରବକ୍ତା କହିଛନ୍ତି ଯେ ଭାରତ ଦ୍ୱାରା ପରମାଣୁ ପରୀକ୍ଷା କରାଯିବା ପରେ ଦକ୍ଷିଣ ଏସିଆ ଏକ ପରମାଣୁ ମୁକ୍ତ ଅଞ୍ଚଳ ହେବା ସମ୍ଭାବନା ଲୋପ ପାଇଥିଲା । ସେ କହିଛନ୍ତି ଯେ ପାକିସ୍ତାନ ଏବେ ମଧ୍ୟ ବିଶ୍ୱରେ ପରମାଣୁ ନିରସ୍ତ୍ରୀକରଣ ଦିଗରେ କାମ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୧୯୯୮ରେ ଭାରତ ରାଜସ୍ଥାନର ପୋଖରାନଠାରେ ୫ଟି ପରମାଣୁ ପରୀକ୍ଷଣ କରିଥିଲା । ଏହା ମଧ୍ୟରୁ ୪ଟି ପରମାଣୁ ବୋମା ଓ ୧ଟି ଥର୍ମୋନ୍ୟୁକ୍ଲିୟର ବା ହାଇଡ୍ରୋଜେନ ବୋମା ଥିଲା । ଭାରତ ଏହି ପରୀକ୍ଷଣ ଏକେ ଗୋପନୀୟ ଭାବେ କରିଥିଲା ଯେ ଆମେରିକାର ଉପଗ୍ରହ ଏହାକୁ ଧରିପାରିନଥିଲା । ଏହାକୁ ଆମେରିକାର ବିଖ୍ୟାତ ଗୁଇନ୍ଦା ସଂସ୍ଥା ସିଆଇଏର ଏକ ବଡ଼ ବିଫଳତା ବୋଲି କୁହାଯାଏ । ଭାରତର ଏହି ପରୀକ୍ଷଣ ପରେ ଆମେରିକା ଭାରତ ଉପରେ ଆର୍ଥିକ ଓ ପ୍ରଯୁକ୍ତିଗତ କଟକଣା ଲଗାଇଥିଲା ।