ହଜମ ନହେବା ଆଜିକାଲି ପିଢ଼ି ପାଇଁ ଏକ ସାଧାରଣ ସମସ୍ୟା। ଖଇବାରେ ଏପଟ ସେପଟ ଓ ଶୋଇବାରେ କୌଣସି ଠିକ୍ ଠିକଣା ନଥିବା ହେତୁ ଆଜିକାଲି ଅଧିକାଂଶ ଲୋକଙ୍କର ଉତ୍ତମ ହଜମ ହେଉନାହିଁ। ଖାଦ୍ୟ ଯଦି ଠିକ୍ ଭାବେ ହଜମ ନହୁଏ ତେବେ ନାନା ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ମାତ୍ର ଆପଣ ଖାଦ୍ୟ ଗ୍ରହଣ କରିବା ପରେ ଏପରି କିଛି ଖାଆନ୍ତୁ ଯାହା ଦ୍ୱାରା ହଜମ ଖୁବ୍ ଭଲ ହେ।
Sambad is now on WhatsApp
Join and get latest news updates delivered to you via WhatsApp
ଆପଣ ଭାବୁଥିବେ ଖାଇସାରିବା ପରେ ପୁଣି ଖାଇବା କ’ଣ ଆବଶ୍ୟକ? ଖାଇସାରିବା ପରେ କୌଣସି ଗରିଷ୍ଠ ଖାଦ୍ୟ ଖାଇବା କଥା ଏଠାରେ କୁହାଯାଉ ନାହିଁ ବରଂ କ’ଣ ଖାଇବା ଦ୍ୱାରା ଆପଣଙ୍କର ଭଲ ହଜମ ହେବ ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।
-ଆପଣଙ୍କର ହଜମ ଜନିତ ଅସୁବିଧା ଥିଲେ ଖାଇସାରିବା ପରେ ସାମାନ୍ୟ ଜୀରା ଚୋବାଇ ଗିଳି ଦେବା ପରେ ପାଣି ପିଇଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ସେହି ଦିନ ହିଁ ପ୍ରଭାବ ଜାଣିପାରିବେ।
-ଖାଇ ସାରିବା ପରେ ଦହି ଖାଇବା ଦ୍ୱାରା ମଧ୍ୟ ଭଲ ହଜମ ହୋଇଥାଏ। ଦହି ଖାଇଲେ କେବଳ ହଜମ ନୁହେଁ, ବରଂ ଚର୍ବି ମଧ୍ୟ ଖସି ଥାଏ ଶରୀରରୁ।
-ଦହି କିମ୍ବା ଜିରା ନ ଖାଇବାର ଥିଲେ ଆପଣ ତା’ର ବିକଳ୍ପରେ ଅଦା ଓ ଲେମ୍ବୁ ରସକୁ ମିଶ୍ରଣ କରି ଗୋଟାଏ ଚାମୁଚ ଖାଇଲେ ମଧ୍ୟ ସମାନ ଉପକାର ମିଳିଥାଏ।
-ଜଲଜୀରା, ହାଜ୍ମୋଲା ଏବଂ ଜୁଆଣି ମଧ୍ୟ ହଜମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆପଣ ଖାଇସାରିବା ପରେ ଏସବୁ ଖାଇପାରନ୍ତି।
-ଖାଇବା ପରେ ତ୍ରିଫଳା(ହରିଡ଼ା, ବାହାଡା, ଅଁଅଳା) ଖାଇବା ଅତ୍ୟନ୍ତ ଲାଭପ୍ରଦ ପ୍ରମାଣିତ ହେବ। ଏହା କେବଳ ହଜମ ପାଇଁ ନୁହେଁ, ବରଂ ଅନେକ ସମସ୍ୟାର ସମାଧାନ କାଢ଼ିଥାଏ।