ଅଷ୍ଟ୍ରେଲିଆର ପାହାଡିଆ ଅଞ୍ଚଳରେ ଟାଇଟସ୍ ଫରମିନ୍ ନାମକ ଜଣେ ବ୍ୟକ୍ତି ବସବାସ କରନ୍ତି। ସେ ଦିନେ ତାଙ୍କ ବଗିଚାରେ ଗାଢ଼ା ଖୋଳୁଥିଲେ। ଏହି ସମୟରେ ଏକ ସୁନାର ମୁଦି ପାଇଥିବା ସହିତ ବିମାନର କିଛି ଖଣ୍ଡବିଖଣ୍ଡ ଅଂଶ, ମନୁଷ୍ୟର ହାଡ ଆଦି ପାଇଥିଲେ। ନ୍ୟୁ ଅର୍ଲିସ୍ ୟୁନିଭର୍ସିଟିରେ ଗ୍ରାଜୁଏସନ୍ କରୁଥିବା ଟାଇଟସ୍ଙ୍କୁ ଏହି ସବୁ ଆଶ୍ଚର୍ଯ୍ୟ ଲାଗିଥିଲା। ସେ ଏହି ଘଟଣା ବିଷୟରେ ତତ୍କାଳ ପ୍ରତିରକ୍ଷା ବିଭାଗଙ୍କୁ ଜଣାଇଥିଲେ। ଏହାପରେ ଘଟଣାର ସତ୍ୟ ସାମ୍ନାକୁ ଆସିଲାଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିରକ୍ଷା ବିଭାଗ ଯାଞ୍ଚ କରି ଡିଏନ୍ଏ ଟେଷ୍ଟର ସାହାରା ନେଇଥିଲେ। ଏହି ରିପୋର୍ଟରୁ ଜଣା ପଡ଼ିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ୨୪-ବ୍ଲେକ୍ ଏଭିଏଟର ବିମାନ ନିଖୋଜ ହୋଇଯାଇଥିଲା। ବିମାନକୁ ପାଇଲଟ ଲରେନ୍ସ ଇ ଡିକ୍ସନ ଉଡାଉ ଥିଲେ। ୧୯୪୪ ମସିହାରେ ଡିସେମ୍ବର ୨୩ ତାରିଖରେ ସେ ଏକ ଗୁପ୍ତ ମିସନ୍ ପାଇଁ ଉଡାଣ ଆରମ୍ଭ କରିଥିଲେ। ଉଡାଣ ଭରିବାର କିଛି ସମୟ ପରେ ବିମାନଟି ନିଖୋଜ ହୋଇଯାଇଥିଲା। ଏହି ଘଟଣାର ୭୩ବର୍ଷ ପରେ ପାଇଲଟ ଓ ବିମାନର ଖଣ୍ଡ ବିଖଣ୍ଡ ଅଂଶ ମିଳିଥିଲା। ଡିଏନ୍ଏ ଯାଞ୍ଚ ପରେ ମୃତ ପାଇଲଟଙ୍କ ପରିବାରଲୋକଙ୍କୁ ସମ୍ପର୍କ କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏହାପରେ ମୃତ ପାଇଲଟଙ୍କ ମିଳିଥିଲା ସୁନା ମୁଦିକୁ ତାଙ୍କ ଝିଅ ମାର୍ଲା ଏଲ ଏଣ୍ଡ୍ରୟୁଙ୍କୁ ଦିଆଯାଇଛି। ମାର୍ଲା ଏବେ ୭୬ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି।
ସେ ପିତାଙ୍କ ଏହି ୧୮କ୍ୟାରେଟର ସୁନା ମୁଦିକୁ ପାଇ ଜୀବନର ପରିଣତ ବୟସରେ ସବୁଠାରୁ ବଡ଼ ଖଜଣା ପାଇଯାଇଛନ୍ତି ବୋଲି କହିଛନ୍ତି।