ଗଣେଶ ଚତୁର୍ଥୀରେ ଓଲଟା ଆଳତି କରି ସୋସିଆଲ ମିଡ଼ିଆରେ ଟ୍ରୋଲ ହେଲେ କ୍ୟାଟ୍ରିନା, ଦେଖନ୍ତୁ ଭିଡ଼ିଓ
ମୁମ୍ବାଇ: ଗୁରୁବାର ସମଗ୍ର ଦେଶର ପ୍ରତି କୋଣ ଅନୁକୋଣରେ ପ୍ରଭୁ ଶ୍ରୀଗଣେଶଙ୍କୁ ପୂଜା କରା ଯାଇଥିଲା । ସାଧାରଣ ଲୋକମାନଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଧୁମ୍ଧାମ୍ରେ ପ୍ରଭୁ ଗଜାନନଙ୍କୁ ପୂଜା କରୁଥିବାର ଦେଖା ଯାଇଥିଲା । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନଙ୍କ ଭଉଣୀ ଅର୍ପିିତା ନିଜ ଘରେ ପ୍ରଭୁ ଶ୍ରୀଗଣେଶଙ୍କୁ ପୂଜା କରିଥିଲେ । ଏହି ପୂଜାରେ ପୂରା ଖାନ୍ ପରିବାର ପହଞ୍ଚିଥିବା ବେଳେ ବଲିଉଡ୍ର କିଛି କଳାକାରମାନେ ମଧ୍ୟ ନଜର ଆସିଥିଲେ । ପୂଜା କରିବା ସହ ସମସ୍ତେ ଆଳତି କରୁଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିବା ଦେଖା ଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ, କ୍ୟାଟ୍ରିନା କରିଥିବା ଆଳତିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିବା ଦେଖା ଯାଇଛି । ଉପସ୍ଥିତ ଥିବା ସବୁ ଲୋକମାନେ ଠିକ୍ ଭାବରେ ଆଳତି କରୁଥିବା ବେଳେ କ୍ୟାଟ୍ରିନା ଓଲଟା ଆଳତି କରୁଥିବାର ଦେଖା ଯାଇଥିଲା । ଯାହା ପରେ ସୋସିଆଲ ମିଡ଼ିଆକୁ ଭିଡ଼ିଓ ଆସିବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଆଳତି ଥାଳିକୁ କ୍ଲକ୍ଓ୍ଵାଇଜ୍ ବୁଲାଇବାର ପ୍ରଥା ଥିବା ବେଳେ କ୍ୟାଟ୍ରିନା ଆଣ୍ଟିକ୍ଲକ୍ଓ୍ଵାଇଜ୍ ବୁଲାଉଥିବାର ଦେଖା ଯାଇଥିଲା । ଜଣେ ବ୍ୟବହାରକାରୀ କ୍ୟାଟ୍ରିନାଙ୍କୁ ବୋକା ବୋଲି ଲେଖିଥିବା ବେଳେ ଆଉ ଜଣେ ‘ଏହା ଧର୍ମ ବିରୁଦ୍ଧ ଅଟେ । ତାଙ୍କର ଭଗବାନଙ୍କୁ ପୂଜା କରିବାରେ କୌଣସି ଇଚ୍ଛା ନାହିଁ’ ବୋଲି ଲେଖିଥିଲେ । ଅନ୍ୟ ପକ୍ଷରେ ଅନ୍ୟ ଜଣେ ସୋସିଆଲ ମିଡ଼ିଆ ବ୍ୟବହାକାରୀ, ‘ଯଦି ତୁମେ ଜାଣି ନାହଁ, ତେବେ ଅନ୍ୟମାନଙ୍କଠାରୁ ଦେଖି କରିବା କଥା’ ବୋଲି ଲେଖିଥିବା ଦେଖା ଯାଇଛି ।