ନକଲି ଆକାଉଣ୍ଟ କରି ଫେସ୍ବୁକ୍ରେ ମହିଳାମାନଙ୍କୁ ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ପଠାଉଥିଲେ ଯୁବକ, ତଦନ୍ତ ପରେ ସାମ୍ନକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ସତ
ମିରଟ: ଉତ୍ତରପ୍ରଦେଶର ମିରଟରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବକ ନିଜର ନକଲି ଫେସ୍ବୁକ୍ ଆକାଉଣ୍ଟ କରି ଅନେକ ଯୁବତୀ ଏବଂ ମହିଳାମାନଙ୍କୁ ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ପଠାଉଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତଦନ୍ତରୁ ଅଭିଯୁକ୍ତର ପରିଚୟ ମିଳିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛି । ଅଭିଯୁକ୍ତ ଜଣଙ୍କ ଜଣେ ପୁଲିସ କର୍ମୀଙ୍କ ପୁଅ ବୋଲି ଜଣା ପଡ଼ିବା ପରେ ପୁଲିସର କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି ଲୋକେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କିଛି ଦିନ ତଳେ ଜଣେ ଛାତ୍ରୀ ତାଙ୍କ ପାଖକୁ ଗୋଟେ ଫେସ୍ବୁକ୍ ଆଇଡ଼ିକୁ ବାରମ୍ବାର ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ଆସୁଥିବାର ଅଭିଯୋଗ କରିଥିଲେ । ଘଟଣାକୁ ଗମ୍ଭୀରତାର ସହ ନେଇ ମିରଟ ପୁଲିସ ସାଇବର କ୍ରାଇମ୍ ଟିମ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲା । ତଦନ୍ତ ପରେ ଅଭିଯୁକ୍ତ ଉତ୍ତରପ୍ରଦେଶ ପୁଲିସରେ ନିଯୁକ୍ତ ଥିବା ଜନୈକ ପୁଲିସ କର୍ମୀଙ୍କ ପୁଅ ବୋଲି ଜଣା ପଡ଼ିଛି । ଅଭିଯୁକ୍ତର ନାଁ ସୌରଭ ପ୍ରତାପ ଚୌଧୁରୀ ବୋଲି ଚିହ୍ନଟ କରାଯାଇଛି । ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।