ମାଲକାନଗିରି: ମାଲକାନଗିରି କାଲିମେଳା ମାରାଣପାଲି ଗାଁର ୩ବର୍ଷର ଶିଶୁଠାରେ ଜାପାନୀ ଜ୍ୱାରର ଲକ୍ଷଣ ଦେଖାଦେଇଥିବା ଆଶଙ୍କା କରାଯାଉଛି। ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇ.ସି.ୟୁରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛି। ଏହାପରେ ପୁଣି ଜାପାନୀ ଜ୍ୱର କାୟା ବିସ୍ତାର କରିବା ଭୟରେ ଜିଲ୍ଲାବାସୀ ଅଛନ୍ତି। । ଶିଶୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଶିଶୁଟି ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇଥିଲା ନା ନାହିଁ ତାହା ମଣିପାଲରୁ ଆସିବାକୁ ଥିବା ରିପୋର୍ଟରୁ ହିଁ ସ୍ପଷ୍ଟ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ଦିନ ତଳେ ମାଲକାନଗିରି ବ୍ଲକ କେନ୍ଦୁଗୁଡା ଗାଁରେ ୨ ଜଣ କଅଁଳ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ସେହି ଗାଁର ଅନେକ ଶିଶୁ ଗୁରୁତର ଆବସ୍ଥାରେ ମାଲକାନଗିରି ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରି ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ୨୦୧୪ ଓ ୨୦୧୬ ମସିହାରେ ସେପ୍ଟେଟର ଓ ଅକ୍ଟୋବର ମାସରେ ହିଁ ମାଲକାନଗିରିରେ ଜାପାନୀ ଜ୍ୱର ବ୍ୟାପି ଥିଲା । ତେଣୁ କେନ୍ଦୁଗୁଡା, ମାରାଣପାଲି, ମାଥିଲିର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ପ୍ରଭାବିତ ଗାଁରେ ପିଲାଙ୍କ ରକ୍ତ ଓ ଗାଁର ପିଇବା ପାଣି ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ ।