ଓସିଏ ସମ୍ବିଧାନ ବିବାଦ: ବିସିସିଆଇକୁ କ୍ଲବ୍ ତାଲିକା ଦେବ ଓସିଏ
ପରିଚାଳନା ସମିତି ଅଧ୍ୟକ୍ଷଙ୍କୁ କାଉନସିଲ୍ ବୈଠକରେ ନିନ୍ଦା
କଟକ: ଓସିଏର ବିବାଦୀୟ ସମ୍ବିଧାନକୁ ନେଇ ରବିବାର ଆଉ ଏକ ମୋଡ଼ ଦେଖିବାକୁ ମିଳିଛି। ଗୋଟିଏ ପଟେ ଅସନ୍ତୁଷ୍ଟ ଗୋଷ୍ଠୀ ପୁରୁଣା ସମ୍ବିଧାନ ଅନୁସାରେ କାଉନସିଲ ବୈଠକ ଡକାଇଥିଲା ବେଳେ ଅନ୍ୟପଟରେ ବିସିସିଆଇ ପ୍ରଶାସନିକ ସମିତି (ସିଓଏ)ର ପରାମର୍ଶକ୍ରମେ ଓସିଏ ଏହାର ପୂର୍ବ ଅନୁବନ୍ଧିତ କ୍ଲବ୍ମାନଙ୍କ ତାଲିକା ପଠାଇବାକୁ ରାଜି ହୋଇଯାଇଛି। ଫଳରେ ବାଦ୍ ପଡ଼ିଥିବା କ୍ଲବ୍ମାନେ ପୁଣି ଥରେ ଓସିଏ ସଦସ୍ୟତା ବଜାୟ ରଖିବା ନେଇ ଆଶା ସଞ୍ଚାର ହୋଇଛି। ହେଲେ ସ୍କୁଲ୍ ଓ କଲେଜମାନଙ୍କ ବିଷୟରେ ସିଓଏ କୌଣସି ଟିପ୍ପଣୀ ଦେଇନଥିବାରୁ ସେମାନଙ୍କ ସଦସ୍ୟତା ଏବେବି ଆଶଙ୍କା ଭିତରେ ରହିଯାଇଛି। ପୂର୍ବରୁ ପଠାଯାଇଥିବା ସାନି ସମ୍ବିଧାନରେ କ୍ଲବ୍ ସହିତ ସ୍କୁଲ୍ ଓ କଲେଜମାନଙ୍କୁ ପୂର୍ଣ୍ଣ ସଦସ୍ୟତାରୁ ବାଦ୍ ଦିଆଯାଇଥିଲା। ଏହାକୁ ବିରୋଧ କରି ଅସନ୍ତୁଷ୍ଟ ସଦସ୍ୟମାନେ ଏକାଧିକ ଥର ବୈଠକ କରିଥିଲା ବେଳେ ସ୍ବତନ୍ତ୍ର କାଉନସିଲ ବୈଠକ ଡକାଇବାକୁ ପରିଚାଳନା ସମିତି ଅଧ୍ୟକ୍ଷଙ୍କୁ କହିଥିଲେ। ହେଲେ କୌଣସି ବୈଠକ ଡକାଇନଯିବାରୁ ପୂର୍ବ ସମ୍ବିଧାନ ନିୟମ ଅନୁସାରେ ୨୫ ଜଣ ସଦସ୍ୟଙ୍କ ସହମତି ଭିତ୍ତିରେ ରବିବାର ଏକ ହୋଟେଲ୍ରେ କାଉନସିଲ ବୈଠକର ଆୟୋଜନ ହୋଇଥିଲା। ଏଥିରେ ସମସ୍ତ ସ୍କୁଲ୍, କଲେଜ, କ୍ଲବ୍ ସହିତ ବିଭିନ୍ନ ଜିଲ୍ଲାର ସଦସ୍ୟମାନେ ସାମିଲ ହୋଇଥିଲେ। ବୈଠକରେ ପରିଚାଳନା ସମିତି ଅଧ୍ୟକ୍ଷଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯିବା ସହିତ ଉକ୍ତ ପରିଚାଳନା ସମିତିକୁ ଭାଙ୍ଗି ଦିଆଯାଇ ଜଣେ ପୂର୍ବତନ ବିଚାରପତିଙ୍କୁ ଓସିଏର ଦୈନନ୍ଦିନ ପରିଚାଳନା ଭାର ଦିଆଯିବାକୁ ପ୍ରସ୍ତାବ ଗୃହିତ ହୋଇଛି। ବୈଠକର ବିବରଣୀକୁ ସର୍ବୋଚ୍ଚ ନ୍ୟାୟାଳୟ, ବିସିସିଆଇ ସିଓଏ, ସିଇଓଙ୍କ ନିକଟକୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଥିବା ୟୁନିଅନ ସ୍ପୋର୍ଟି˚ କ୍ଲବ୍ ସମ୍ପାଦକ ପ୍ରଦୀପ ଚୌହାନ ଜଣାଇଛନ୍ତି। ପୂର୍ବରୁ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ପକ୍ଷରୁ ଦିଆଯାଇଥିବା ଦାବି ଉପରେ ବିଚାର କରି ବିସିସିଆଇ ସିଓଏ କ୍ଲବ୍ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଆନଯିବାକୁ ଓସିଏକୁ ସ୍ପଷ୍ଟ କରିଦେଇଛି। ସିସିଆଇ ଓ ଏନ୍ସିସି କ୍ଲବ୍ ସଦସ୍ୟତା ମାମଲାକୁ ଦେଖି ଓସିଏ ଏହାର କ୍ଲବ୍ମାନଙ୍କୁ ସମ୍ବିଧାନରୁ ବାଦ୍ ଦେଇଥିଲା। ହେଲେ ଯେଉଁ କ୍ଲବ୍ମାନଙ୍କର କ୍ରିକେଟ ଜନିତ କାର୍ଯ୍ୟକଳାପ ରହିଛି, ସେମାନେ ପୂର୍ଣ୍ଣ ସଦସ୍ୟତା ପାଇପାରିବେ ବୋଲି ସିଓଏ ସ୍ପଷ୍ଟ କରିଛି। ତେଣୁ ଓସିଏ ତାହାର ସମ୍ବିଧାନରେ ସ˚ଶୋଧନ କରି ସ˚ପୃକ୍ତ କ୍ଲବ୍ମାନଙ୍କ ନାମ ପଠାଇବାକୁ ପରାମର୍ଶ ଦେଇଛି। ଖୁବ୍ଶୀଘ୍ର ଓସିଏ ତାହାର ସମସ୍ତ କ୍ଲବ୍ମାନଙ୍କ ତାଲିକା ବିସିସିଆଇକୁ ପଠାଇଦେବ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରିକେଟ୍ ବନାମ ସାମାଜିକ କ୍ଲବ: ଚିହ୍ନଟ କରିବ କିଏ
ଭୁବନେଶ୍ବର: ଓସିଏ ରାଜନୀତିରେ ନୂଆ ମୋଡ଼ ଆସିବା ଦିନ ହିଁ ପରସ୍ପର ଆରୋପ ନଜରକୁ ଆସିଛି। ଅଣସ୍ବୀକୃତ ଓସିଏ ପରିଷଦ ବୈଠକରେ ତତକାଳୀନ ସମ୍ପାଦକଙ୍କ ନାମରେ ଉଠିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ବିସିସିଆଇର ନୂଆ ପତ୍ରାଳପରେ କଟିଥିବା ୨୦ କଟକ କ୍ଲବକୁ ନେବାକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କ ଖେଳ ସକ୍ରିୟତାକୁ ସର୍ତ ରଖାଯାଇଛି। ଓସିଏ କିନ୍ତୁ ହାତଝାଡ଼ି ଦେଇ ସମ୍ପୂର୍ଣ୍ଣ ତାଲିକା ପଠାଇଦେବ ବୋଲି ସୂଚନା ଦେଇଛି। କିଏ ସାମାଜିକ କ୍ଲବ୍ ଏବଂ କିଏ କ୍ରିକେଟ୍ କ୍ଲବ୍ ଏବେ ବିସିସିଆଇ ବାଛୁ ବୋଲି ଓସିଏ ଆଶା କରିଛି। ବାସ୍ତବରେ ୨୦ କ୍ଲବ୍ ମଧ୍ୟରୁ ୪/୫ଟି କ୍ରିକେଟ୍ ସହ ସମ୍ପର୍କ ରଖିଛନ୍ତି, ଅନ୍ୟୁଗୁଡ଼ିକ ସମାଜିକ ଅନୁଷ୍ଠାନ ଏବଂ କିଛି ନିଷ୍କ୍ରିୟ ଅବସ୍ଥାରେ ମଧ୍ୟ ରହିଛନ୍ତି। କିନ୍ତୁ ଏହାକୁ ମାନିବାକୁ ଓସିଏର ପୂର୍ବ ଓ ବର୍ତମାନର ପ୍ରଶାସକ ଉଦ୍ୟମ କରିନାହାନ୍ତି। ଏବେ କିଏ ଚିହ୍ନଟ କରିବ ଏବଂ ଅଲଗା କରିବ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବ୍ୟକ୍ତିଗତ ଭାବେ ପୂର୍ବତନ ସମ୍ପାଦକଙ୍କ ନାମରେ ଆସିଥିବା ତୋଷରପାଦ ଅଭିଯୋଗ ସମ୍ପର୍କରେ ଶ୍ରୀ ଆଶୀର୍ବାଦ ବେହେରା ମୁହଁ ଖୋଲିଛନ୍ତି। ବିନା ପରିଷଦ ବୈଠକରେ କୌଣସି ନିଷ୍ପତ୍ତି ଅନୁମୋଦିତ ହୁଏ ନାହିଁ। ସେତେବେଳେ ଯେଉଁମାନେ ବିଭିନ୍ନ ପଦପଦବୀରେ ଥିଲେ ଏବେ ସେହି ବ୍ୟକ୍ତିମାନେ ଅଭିଯୋଗ ଆଣିବା ସବୁଠାରୁ ହାସ୍ୟାସ୍ପଦ। ସେମାନଙ୍କ ସ୍ବାର୍ଥହାନୀ ହେବାରୁ ଏଭଳି ଅଭିଯୋଗ ଆସିଛି। ୧୬ ବର୍ଷ ଧରି ଓଡ଼ିଶା କ୍ରିକେଟର ପ୍ରଚାର ଓ ପ୍ରସାର ଦିଗରେ କେତେ କାମ ହୋଇଛି ତାହା ଓଡ଼ିଶାବାସୀଙ୍କୁ ଜଣା ବୋଲି ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି।