ଭୁବନେଶ୍ବର ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ରେ ଆୟୋଜିତ ଶିଶୁ ମହୋତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ଡ.ଧୀରେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଓ ସୁନାଗରିକ ହେବାକୁ ପିଲାଙ୍କୁ ଉପଦେଶ ଦେଇଥିଲେ। ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ଉପସଭାପତି ଅଶ୍ବିନୀ କୁମାର ତିୱାରୀ, ପରିଚାଳକ ପ୍ରତାପ କୁମାର ଜେନା, ସହ ପରିଚାଳକ ଚିତ୍ତରଂଜନ ବରିସଲ, ଅଧ୍ୟକ୍ଷା କ୍ଷଣିକା ଦାସ, ଉପାଧ୍ୟକ୍ଷ ସର୍ବେଶ୍ବର ସାମଲ, ବିଜେ ଶିକ୍ଷା ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍
ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ରେ ଆୟୋଜିତ ଶିଶୁ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଡ.ସ୍ବରୂପାନନ୍ଦ ମିଶ୍ର, ଉପାଧ୍ୟକ୍ଷ କବୀନ୍ଦ୍ର ଦାଶ, ପ୍ରଶାସନ ଅଧିକାରୀ ଶ୍ରୀକାନ୍ତ ରାଉତରାୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ୍ ପବିତ୍ର ରାଉତରାୟ, ଶିକ୍ଷୟିତ୍ରୀ ପ୍ରଣତି ପାଢ଼ୀ ଓ ସୁଚିସ୍ମିତା ମିଶ୍ର ଦିବସର ମହତ୍ତ୍ବ ବିଷୟରେ କହିଥିଲେ। ରାଧାମାଧବ କାଟିଆଙ୍କ ନିର୍ଦେଶନାରେ ‘ଫେକ୍ ଆଇଡି’, ପ୍ରଣତି ପାଢ଼ୀଙ୍କ ନିର୍ଦେଶନାରେ ‘କ୍ଲାସ୍ରୁମ୍’ ନାଟକ ପରିବେଷିତ ହୋଇଥିଲା। ବିଶ୍ବରଂଜନଙ୍କ କମେଡ଼ି ଦେଖିବାକୁ ମିଳିଥିଲା। ସୁଷମା ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।
କସ୍ତୁରବା ଶିକ୍ଷାଶ୍ରମ
ନୟାପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମରେ ଆୟୋଜିତ ଶିଶୁ ଦିବସରେ କର୍ପୋରେଟର ନବକିଶୋର ବେହେରା ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଚରିତ୍ର ଗଠନ ଦିଗରେ ପରାମର୍ଶ ଦେଇଥିଲେ। ପ୍ରଧାନଆଚାର୍ଯ୍ୟା ଜ୍ୟୋତ୍ସ୍ନାରାଣୀ ନନ୍ଦ, ସହ ପ୍ରଧାନଆଚାର୍ଯ୍ୟ ପ୍ରଭାତ କୁମାର ପଣ୍ଡା ବକ୍ତବ୍ୟ ଦେଇଥିଲେ। ଆଚାର୍ଯ୍ୟ ବିଶ୍ବରଂଜନ ସାହୁ ସଭା ପରିଚାଳନା ଏବଂ ଆଚାର୍ଯ୍ୟ ନୃସିଂହ ଚରଣ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ସରସ୍ବତୀ ଟ୍ୟୁଟରିଆଲ୍ରେ ମଧ୍ୟ ଶିଶୁ ଦିବସ ପାଳିତ ହୋଇଯାଇଛି।
ୟୁନିଟ୍ ୯ ଆର୍ସିସି ୟୁଜିୟୁପି ସ୍କୁଲ୍
ୟୁନିଟ୍ ୯ ଫ୍ଲାଟ୍ ଆର୍ସିସି ୟୁଜିୟୁପି ସ୍କୁଲ୍ରେ ୨୯ ନମ୍ବର ୱାର୍ଡର ଆଦର୍ଶ ମହିଳା ମହାସଂଘ ପକ୍ଷରୁ ଆୟୋଜିତ ଶିଶୁ ଦିବସରେ ସ୍ଥାନୀୟ କର୍ପୋରେଟର ଶେଖ୍ ନିଜାମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ନାଚଗୀତ, ବକ୍ତୃତା, ମ୍ୟୁଜିକ୍ ଚେୟାର ସହ ନାଟକ ପରିବେଷଣ କରାଯାଇଥିଲା। ମହିଳା ମହାସଂଘ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଓଡିଏମ୍ ପବ୍ଲିକ ସ୍କୁଲ
ଓଡିଏମ୍ ପବ୍ଲିକ ସ୍କୁଲ ପରିସରରେ ଶିଶୁ ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନିର୍ଦେଶିକା ଇନ୍ଦୁମତୀ ରାୟ, ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ, ଉପାଧ୍ୟକ୍ଷ ରାଜେଶ କୁମାର ପାଢ଼ୀ, ଉପାଧ୍ୟକ୍ଷା ଝିନୁକ୍ ଦତ୍ତା ରାୟ, ଏଆଇଏମ୍ଏମ୍ର ନିର୍ଦେଶକ ପ୍ରଫେସର ଆଲୋକ ଦାଶ ପ୍ରମୁଖ ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ଜୀବନ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟ୍ୟାଲେଣ୍ଟ ହଣ୍ଟ, ଖୋ-ଖୋ, କ୍ରିକେଟ୍, ଫୁଟବଲ୍ ପ୍ରତିଯୋଗିତା ହୋଇଥିଲା। ଉତ୍ସବର ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଉପନିର୍ଦେଶକ ସ୍ବୟଂ ସତ୍ୟେନ୍ଦୁଙ୍କ ଅଧ୍ୟକ୍ଷତାରେ ଫୁଡ୍ ଫିଏଷ୍ଟା ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ମୀନକେତନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ସେଣ୍ଟ ଜାଭିୟର୍ସ
ସାମନ୍ତରାପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଦିନ ଧରି ପିଲାମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍କୁଲର ନିର୍ଦେଶକ ଅଜିତ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ ।
ବ୍ରିଜ୍ ଅଫ୍ ହୋପସ୍
ସ୍ବେଚ୍ଛାସେବୀ ସଙ୍ଗଠନ ବ୍ରିଜ୍ ଅଫ୍ ହୋପସ୍ ପକ୍ଷରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନିସ୍ଥିତ ଏମ୍ଆଇଜି-୧ ପଡ଼ିଆଠାରେ ଶିଶୁ ଦିବସ ପାଳିତ ହୋଇଛି। ସାମାଜିକ କର୍ମୀ ପୀତବାସ ଦିଗଲଙ୍କ ପୌେରାହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜଧାନୀ କଲେଜର ଅଧ୍ୟାପକ ବିଜୟାନନ୍ଦ ପରିଚ୍ଛା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ବର ଇଷ୍ଟର୍ଣ୍ଣ ଚର୍ଚ୍ଚର ଫାଦର ଶିବୁ ମାସି, ସଣ୍ଡେ ସ୍କୁଲର ଇନ୍ଚାର୍ଜ ଅଜିତ୍ ରେନିଆ, ପ୍ରଦୀପ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନାଗେଶ୍ବର ନାୟକ ଓ କର୍ଣ୍ଣଲ ନାଏକଙ୍କ ନେତୃତ୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସେଣ୍ଟ ଜାଭିଅର ହାଇସ୍କୁଲ, ପଟିଆ
ପଟିଆସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ଶିଶୁ ଦିବସ ପାଳିତ ହୋଇଛି। ହାଇସ୍କୁଲ ଅଧ୍ୟକ୍ଷା ନିକୋଲା ହାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ ରବି ନାରାୟଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଟକ୍ ସୋ’, ଫ୍ୟାନ୍ସି ଡ୍ରେସ୍, ଏକକ ସଙ୍ଗୀତ, ନୃତ୍ୟ, ଷ୍ଟୋରି ଟେଲିଙ୍ଗ୍ ପରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମଣ୍ଟେଶ୍ୱରିରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରଫୁଲ୍ଲ ନାୟକ, ଅଭିଷେକ ନନ୍ଦ ଓ ଅଜିତ୍ କୁମାର ଜେନା ପ୍ରତିଯୋଗିତାର ବିଚାରକ ରହିଥିଲେ।
ଷ୍ଟାରସ୍ ଜମିନ୍ ପର
ୟଙ୍ଗ ଇଣ୍ଡିଆନ୍ସ ଭୁବନେଶ୍ବର ଚାପ୍ଟର ଓ ଭୁବନେଶ୍ବର ନାଇଟ୍ସ ରାଉଣ୍ଡ ଟେବୁଲ୍ ୨୩୦ ମିଳିତ ଭାବେ ଶିଶୁ ଦିବସ ‘ଷ୍ଟାରସ୍ ଜମିନ୍ ପର’ ପାଳନ କରିଛନ୍ତି। ଏଥିରେ ୯୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପିଲାଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ ୟଙ୍ଗ ଇଣ୍ଡିଆନ୍ସଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ‘ମାସୁମ୍’କୁ ଏକ ବଡ଼ ସ୍କ୍ରିନ୍ରେ ପିଲାଙ୍କୁ ଦେଖାଯାଇଥିଲା। ୟଙ୍ଗ ଇଣ୍ଡିଆନ୍ସର ସଦସ୍ୟ ଶ୍ରୀ ରାଣା ଓ ତାଙ୍କ ଟିମ୍ ପକ୍ଷରୁ ସ୍କେଟିଂ ପ୍ରଦର୍ଶିତ କରାଯାଇଥିଲା।