ବଜେଟକୁ ସମାଲୋଚନା କରି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ କହିଲେ, ‘ଏହା ଭୋଟ ଅନ୍ ଆକାଉଣ୍ଟ ନୁହେଁ; ବରଂ ଆକାଉଣ୍ଟ ଫର୍ ଭୋଟ’
ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କାମଚଳା ବଜେଟକୁ ତୀବ୍ର ସମାଲୋଚନା କରିଛନ୍ତି। କାମଚଳା ବଜେଟର ସମାଲୋଚନା କରିବାକୁ ଯାଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି ଯେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଦ୍ୱାରା ଏହା ଏକ ‘ଭୋଟ ଅନ୍ ଆକାଉଣ୍ଟ ନଥିଲା; ବରଂ ଏହା ଥିଲା ଆକାଉଣ୍ଟ ଫର୍ ଭୋଟ।’
Sambad is now on WhatsApp
Join and get latest news updates delivered to you via WhatsApp
P Chidambaram, Congress on #Budget2019: The Interim Finance Minister tested our patience by the longest interim budget speech in the recent memory. It was not an interim budget, it was a full fledged budget accompanied by an election campaign speech. https://t.co/AlY8uxmQpD
— ANI (@ANI) February 1, 2019
ଏଥିସହ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଯେଉଁ ସବୁ କଥା ଚିନ୍ତା କରିଥିଲା; ଏବଂ ସରକାରକୁ ଆସିଲେ ଗରିବଙ୍କ ଉତ୍ଥାନ ପାଇଁ ଯେଉଁ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବ ବୋଲି କହୁଥିଲା, ସେସବୁ ବିଷୟକୁ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ତାଙ୍କ କାମଚଳା ବଜେଟରେ ସ୍ଥାନ ଦେଇଥିବାରୁ ମନ୍ତ୍ରୀ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବ ଅର୍ଥମନ୍ତ୍ରୀ ଚିଦମ୍ବରମ୍। ଦେଶର ଗରିବଙ୍କ ସଶକ୍ତିକରଣ ପାଇଁ କଂଗ୍ରେସ ଦୀର୍ଘ ଦିନ ତଳୁ ଯେଉଁ କଥା କହୁଥିଲା ତାହାକୁ ଏବେ କାମଚଳା ଅର୍ଥମନ୍ତ୍ରୀ ହୃଦୟଙ୍ଗମ କରି ପାରିଥିବା ଆନନ୍ଦର କଥା ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍।