ଭୁବନେଶ୍ବର : ନବୀନ ନିବାସରେ ମାଳ ମାଳ ନେତା ଓ ଟିକେଟ ଆଶାୟୀଙ୍କ ଭିଡ଼। ପ୍ରତି ଦିନ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମସ୍ତେ ବାୟୋଡାଟା ଧରି ନବୀନ ନିବାସରେ ଚକ୍କର୍ କାଟୁଛନ୍ତି। ଭିଡ଼ ଭିତରେ ଶନିବାର ନବୀନ ନିବାସରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ବିଜେଡି ମୁଖିଆଙ୍କୁ ଦେଖା କରିବା ପରେ ଗଣମାଧ୍ୟମରେ କହିଥିଲେ, ସେ ହେଉଛନ୍ତି ବିେଜଡିର ସଚ୍ଚା କର୍ମୀ। ଆଗରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଯାହା ଦାୟିତ୍ବ ଦେଇଥିଲେ ତାକୁ ନିର୍ବାହ କରିଥିଲେ। ଏବେ ଯାହା ଦାୟିତ୍ବ ଦେବେ ସେ ତାକୁ ପୂର୍ଣ୍ଣ ପ୍ରାଣରେ ତୁଲାଇବେ। ଟିକେଟ ମିଳିବା ନ ମିଳିବା ସଭାପତିଙ୍କ ନିଷ୍ପତ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ନବୀନଙ୍କୁ ଭେଟି ନିଜ କଥା କହିଛନ୍ତି ଅର୍ଥ ମନ୍ତ୍ରୀ ତଥା ଜୟଦେବ ନିର୍ବାଚନମଣ୍ଡଳୀ ବିଧାୟକ ଶଶିଭୂଷଣ ବେହେରା। ସେ କହିଛନ୍ତି, ବର୍ତ୍ତମାନ ପ୍ରତିନିଧିତ୍ବ କରୁଥିବା ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ ସେ ପୁନର୍ବାର ଦଳୀୟ ଟିକେଟ ପାଇବାକୁ ଆଶାୟୀ ଅଛନ୍ତି। ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବେ। ଦୀର୍ଘ ବର୍ଷ ଧରି ରାଜ୍ୟର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ କରିଆସିଛନ୍ତି। ତାଙ୍କ ଆସ୍ଥା ଓ ବିଶ୍ବାସ ଯୋଗୁଁ ମନ୍ତ୍ରୀ ପଦ ବି ମିଳିଛି। ଦଳର ନେତା ଯେତେବେଳେ ଯେପରି ଦାୟିତ୍ବ ଦେଇଛନ୍ତି ତାହାକୁ ସେ ସୁଚାରୁ ରୂପେ ତୁଲାଇ ଆସିଛନ୍ତି।