ଆଇପିଏଲ୍ ୧୨: ଟସ୍ ଜିଣି ବାଙ୍ଗାଲୁରୁ କଲା ବୋଲିଂ, ହାଇଦ୍ରାବାଦ୍ କରୁଛି ବ୍ୟାଟିଂ
ହାଇଦ୍ରାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଏକାଦଶ ମ୍ୟାଚ୍ରେ ରବିବାର ବାଙ୍ଗାଲୁରୁ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ହାଇଦ୍ରାବାଦ୍ ବ୍ୟାଟିଂ କରୁଛି। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ହାଇଦ୍ରାବାଦ୍ ରିପୋର୍ଟ ଲେଖାଯିବା ବେଳକୁ ୪ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ୪୩ ରନ୍ କରିଛି। ଓପନର ଜନି ବେୟାରଷ୍ଟୋ ଏବଂ ଡାଭିଡ ଓ୍ଵାର୍ଣ୍ଣର କ୍ରିଜ୍ରେ ଅଛନ୍ତି।