ଭୁବନେଶ୍ୱର : କ୍ୟାପିଟାଲ ଥାନା ଅନ୍ତର୍ଗତ କେଶରୀନଗର ବସ୍ତିର ଦୁଇ ଜଣ ନାବାଳିକାଙ୍କୁ ଅସଦାଚରଣ ନେଇ ଉଭୟ ପରିବାର ମଧ୍ୟରେ ସଂଘର୍ଷ ଘଟଣାରେ ପୁଲିସ ଆଜି ୨ ଅଭିଯୁକ୍ତ ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନାବାଳିକାଙ୍କୁ ଅସଦାଚରଣ କରିଥିବା ରଶ୍ମିତା ମହାନ୍ତି(୨୭) ଓ ପ୍ରଶାନ୍ତ ଓଝା(୩୧) ଏବଂ ଅନ୍ୟ ପକ୍ଷର ରଧାମୋହନ ସେଠୀ(୪୭), ଅଦିତ୍ୟ ସେଠୀ(୨୦) ଏବଂ ସାରଥୀଚନ୍ଦ୍ର ପାତ୍ର(୪୩)।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ମୁତାବକ, କିଛିଦିନ ତଳେ ପ୍ରଶାନ୍ତ ବସ୍ତିର ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଇଥିଲା ଏବଂ ନାବାଳିକାକୁ ନିଜ ପାଲରେ ପକାଇବା ପାଇଁ ସେହିବସ୍ତିର ରଶ୍ମିତାଙ୍କ ସହଯୋଗ ନେଇଥିଲା। ରଶ୍ମିତା ନାବାଳିକାଙ୍କୁ ମାର୍କେଟ ବୁଲାଇ ନେବା ବାହାନାରେ ପ୍ରଶାନ୍ତ ସହ ମିଶାଇ ଥିଲା। ଆଉ ସେଠାରୁ ପ୍ରଶାନ୍ତ ନାବାଳିକାଙ୍କୁ ଡ୍ରେସ୍ ଓ ଚକୋଲେଟ କିଣି ତା’ର ନିକଟତର ହେବାକୁ ଚେଷ୍ଟା କରିଥିଲା। ଏହାପରେ ନାବାଳିକାଙ୍କୁ ଆଇଜି ପାର୍କ ବୁଲିଯିବାକୁ କହି ସେଠାରେ ଅସଦାଚରଣ କରିଥିଲା। ଏ ବିଷୟରେ କାହାକୁ କହଲେ ଜୀବନରୁ ମାରିଦେବ ବୋଲି ପ୍ରଶାନ୍ତ ଧମକ ଦେଇଥିଲା। କିଛିଦିନ ପରେ ପ୍ରଶାନ୍ତ ନାବାଳିକାଙ୍କ ଆଉ ଜଣେ ଭଉଣୀ ସହ ମଧ୍ୟ ସମାନ ଆଚରଣ କରିଥିଲା। ତେବେ କିଛିଦିନ ପରେ ପରିବାରଲୋକ ଏ ବିଷୟ ଜାଣିବାକୁ ପାଇଥିଲେ। ମଙ୍ଗଳବାର ନାବାଳିକାଙ୍କ ଦୁଇ ପରିବାର ଲୋକେ ରଶ୍ମିତାଙ୍କୁ ଘଟଣା ବିଷୟରେ ପଚାରିଥିଲେ। ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।