୨୭ରେ ବସ୍ତି ବାସିନ୍ଦାଙ୍କ ଆଇନ ଅମାନ୍ୟ ଆନ୍ଦୋଳନ

ଭୁବନେଶ୍ୱର : ଗଣ୍ଡମୁଣ୍ଡା ଭକ୍ତମଧୁ ନଗରସ୍ଥିତ ମା’ତାରିଣୀ ବସ୍ତି ଉଚ୍ଛେଦ ପ୍ରତିବାଦରେ ଆସନ୍ତା ୨୭ତାରିଖରେ ଲୋୟର ପିଏମ୍‌ଜିରେ ଆଇନ ଅମାନ୍ୟ ଆନ୍ଦୋଳନ କରିବ ବସ୍ତି ସୁରକ୍ଷା ମଞ୍ଚ। ଆଜି ନେହରୁ ଯୁବ ପ୍ରତିଷ୍ଠାନରେ ମଞ୍ଚ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚରର ସଭାପତି ହେନା ବାରିକ କହିଲେ, ମା’ତାରିଣୀ ବସ୍ତିରେ ଥିବା ୨୩ଜଣ ଦଳିତ ପରିବାରଙ୍କ ଘରକୁ ଗତ ୬ତାରିଖରେ ବଳପୂର୍ବକ ଉଚ୍ଛେଦ କରାଯାଇଛି। ଲୋକଙ୍କୁ ମାଡ଼ ମରାଯିବା ସହିତ ଘରୁ ଜିନିଷପତ୍ର କାଢ଼ିବାର ମଧ୍ୟ ସୁଯୋଗ ଦିଆଗଲା ନାହିଁ। ପ୍ରତିବାଦ କରୁଥିବା ୪୦ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏହାର ପ୍ରତିବାଦରେ ମଞ୍ଚ ପକ୍ଷରୁ ଚଳିତମାସ ୬ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଧାରଣା ଦିଆଯାଇଥିଲା। ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବି ସଂପର୍କରେ ମଞ୍ଚ ଜଣାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ତେଣୁ ମଞ୍ଚ ପକ୍ଷରୁ ଆସନ୍ତା ୨୭ତାରିଖରେ ଲୋୟର ପିଏମ୍‌ଜିରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ। ସାମ୍ବାଦିକ ସମ୍ମିଳନୀରେ ସଂପାଦିକା ପ୍ରମିଳା ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ’ର ଗଣଧାରଣା ଡିସେମ୍ବର ୧୧ରେ

ଭୁବନେଶ୍ୱର : ‘ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ’ ପକ୍ଷରୁ ଆସନ୍ତା ଡିସେମ୍ବର ୧୧ରୁ ବିଧାନସଭା ସମ୍ମୁଖରେ ଅନିର୍ଦିଷ୍ଟ କାଳ ପାଇଁ ଗଣଧାରଣା ଦିଆଯିବ। ସମ୍ବିଧାନର ୧୪ ଧାରା ମୁତାବକ ଅଣକର୍ମଚାରୀ ସବୁଜ ପତ୍ରିକାଧାରୀ ପରିବାରକୁ ରାଜ୍ୟ ସରକାର ମାସିକ ୫୦୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଭତ୍ତା ଓ ସବୁଜ ପତ୍ରିକାରେ ଲିଖିତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ପରିଷଦ ପକ୍ଷରୁ ଏହି ଧାରଣା ଦିଆଯିବ। ଆଜି ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସାଧାରଣ ସମ୍ପାଦକ ଦେବରାଜ ନାୟକ ଓ ସଂଗଠନ ସଂପାଦକ ଅରୁଣ ସ୍ୱାଇଁ ଏହା ଘୋଷଣା କରିଛନ୍ତି।

୨୭ରୁ ଆତ୍ମା କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅଧୀନରେ ଥିବା କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା) ଅଧୀନରେ ୯୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ୨୦୧୨ ମସିହାରୁ ପ୍ରତି ବ୍ଲକ୍‌ରେ କାର୍ଯ୍ୟ କରୁଛନ୍ତି। ମାତ୍ର ସେମାନଙ୍କୁ ସରକାର ଅଣଦେଖା କରି ଆସୁଛନ୍ତି। ତେଣୁ ବିଭିନ୍ନ ଦାବି ପୂରଣ ନେଇ ଓଡ଼ିଶା ଆତ୍ମା କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ୨୭ତାରିଖରୁ ଲୋୟର୍‌ ପିଏମ୍‌ଜିଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରାଯିବ। ଏଥିରେ ୪୦୦ରୁ ଊର୍ଦ୍ଧ୍ୱ ଆତ୍ମା କର୍ମଚାରୀ ସାମିଲ ହେବେ ବୋଲି ସଂଘ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର