ଯୁବକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର : କାଳୀପୂଜା ଭସାଣି ସମୟରେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ନୂଆପଲ୍ଲୀ ଗଡ଼ସାହି ଅଞ୍ଚଳର ଗଣେଶ ନାୟକ(୧୯)। ଗତ ଅକ୍ଟୋବର ୨୦ ତାରିଖରେ ବଳଭଦ୍ର ସେଠୀ ନାମକ ଜଣେ ଯୁବକ ଭସାଣି ଶୋଭାଯାତ୍ରାରେ ଯାଉଥିବା ସମୟରେ ଡିଜେକୁ ନେଇ ଗଣେଶଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଗଣେଶ ଉତ୍ତ୍ୟକ୍ତ ହୋଇ ବଳଭଦ୍ରକୁ ନିସ୍ତୁକ ମାଡ଼ ମାରିଥିଲା। ଏ ନେଇ ବଳଭଦ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର