ଫନି କ୍ଷୟକ୍ଷତି : ଆସନ୍ତା କାଲି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର : ଅତି ଭୟଙ୍କର ମହାବାତ୍ୟା ଫନି ଗତ ଶୁକ୍ରବାରଦିନ ଉପକୂଳ ଓଡ଼ିଶାରେ ନାହିଁ ନଥିବା କ୍ଷୟ କ୍ଷତି କରିଛି । କେତେ ଲୋକ ମୃତ୍ୟୁବରଣ କରିଛନ୍ତି ତାହାର ପ୍ରକୃତ ହିସାବ ଏପର୍ଯ୍ୟନ୍ତ ମିଳିିପାରିନାହିଁ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ, ଭୁବନେଶ୍ୱର ଓ କୋଣାର୍କ ଅଂଚଳ । ଅନେକ ଲୋକ ବାସହୀନ ହୋଇଯାଇଛି । କ୍ଷୟକ୍ଷତିର କଳନା କରିବା ପାଇଁ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
Day after tomorrow, on the 6th morning, I will be going to Odisha to take stock of the situation arising in the wake of Cyclone Fani.
— Chowkidar Narendra Modi (@narendramodi) May 4, 2019
ସେ ଆସନ୍ତା କାଲି ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆକାଶ ମାର୍ଗରୁ ଭୁବନେଶ୍ୱର, ପୁରୀ ଓ ଆଖପାଖ ଅଞ୍ଚଳର କ୍ଷୟକ୍ଷତି ନିରୀକ୍ଷଣ କରିବେ । ଏ ନେଇ ନିଜେ ପ୍ରଧାନମନ୍ତ୍ରୀ ଟ୍ଵିଟ କରି ଜଣାଇଛନ୍ତି । ଏହାସହିତ ସେ ଏକ ଉଚ୍ଚସ୍ତରୀୟ ବୈଠକରେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ କ୍ଷୟକ୍ଷତିର ଆକଳନ କରିଥିଲେ ।