ଇସ୍ଲାମାବାଦ : ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁଣି ପାକିସ୍ତାନକୁ ନେଇ ଚର୍ଚ୍ଚା । କିନ୍ତୁ ଏଥର କୌଣସି ଆତଙ୍କବାଦ ପ୍ରସଙ୍ଗ କିମ୍ବା ସେନାର କାର୍ଯ୍ୟପନ୍ଥାକୁ ନେଇ ନୁହେଁ ବରଂ ସେହି ଋଣକୁ ନେଇ ଚର୍ଚ୍ଚା, ଯାହାର ବୋଝ ତଳେ ଧିରେ ଧିରେ ଦବିବାକୁ ବସିଲାଣି ଏହି ଦେଶ । ବର୍ବାଦ ଆଡକୁ ଗତି କରୁଛି ପାକିସ୍ତାନ । କୁହାଯାଉଛି, ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ମିଳୁଥିବା ଲୋନ୍, ପାକିସ୍ତାନରେ ଏପରି ମହଙ୍ଗା ସୃଷ୍ଟି କରିପାରେ, ଯାହା ହୁଏତ ଏହି ଦେଶକୁ ବର୍ବାଦ କରିଦେବ ।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନ ପାଖକୁ ଆସୁଥିବା ବିଦେଶ ଲୋନର ଉପଯୋଗ, ଅଧିକାଂଶ ଭାବରେ ସେନା, ଅସ୍ତ୍ରଶସ୍ତ୍ର ଏବଂ ବିଶେଷ ଭାବେ ଆତଙ୍କବାଦକୁ ପ୍ରଶୟରେ ଦେବାରେ ବିନିଯୋଗ କରାଯାଇଛି । ଏବେ ପାକିସ୍ତାନ ଚାରିଆଡୁ ବିପଦ ଘେରରେ ଫସିଯାଇଛି । ଆଉ ଯଦି ଏଭଳି ଅବସ୍ଥା ଲାଗି ରହେ, ତେବେ ଏକ ରାଷ୍ଟ୍ର ଭାବରେ ପାକିସ୍ତାନର ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଆସେମ୍ଲିର ଆକଳନ କହୁଛି, ପାକିସ୍ତାନ ଉପରେ ବିଦେଶୀ ଋଣର ବୋଝ ପାଖାପାଖି ୮୮.୧୯୯ ବିଲିୟନ ଡଲାରରେ ପହଞ୍ଚିଗଲାଣି। ଏପରିକି ପାକିସ୍ତାନର ବିଦେଶୀ ମୁଦ୍ରାର କୋଷ ଖାଲି ପଡିଛି । ପାକିସ୍ତାନର ଟଙ୍କା ଡଲାର ଅପେକ୍ଷାରେ ଅଧିକ ଦୁର୍ବଳ ହେବାରେ ଲାଗିଛି । ଆଉ ସବୁଠାରୁ ବଡ କଥା ହେଉଛି ସାମଗ୍ରୀର ଦର ବୃଦ୍ଧି ଦିନକୁ ଦିନ ବଢି ବଢି ଚାଲିଛି । ତେବେ ଏହା ତ କେବଳ ଆରମ୍ଭ ମାତ୍ର । ଦେଶର ଏପରି ଅବସ୍ଥାରେ ପାକିସ୍ତାନ ପୁଣି ଥରେ ଆଇଏମଏଫ ନିକଟରୁ ୬ ବିଲିୟନ୍ ଡଲାରର ଲୋନ୍ ନେଉଛି । ଆଉ ଆଗକୁ କ’ଣ ହେବ ପାକିସ୍ତାନର ଭବିଷ୍ୟତ, ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ।