‘ୟେ ହୈ ମହବତେଁ’ ଧାରାବାହିକ ଛାଡୁଛନ୍ତି ବୋଲି ଆନୁଷ୍ଠାନିକ ଘୋଷଣା କଲେ କରଣ ପଟେଲ୍
ମୁମ୍ବାଇ: ଅଭିନେତା କରଣ ପଟେଲ ଟେଲି ଧାରାବାହିକ ‘ୟେ ହୈ ମହବତେଁ’କୁ ଛାଡୁଥିବା କଥା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ଧାରାବାହିକରେ ସେ ମୁଖ୍ୟ ଚରିତ୍ର ରମନ ଭଲ୍ଲା ଭାବେ ନଜର ଆସିଥିଲେ। ଏହି ପାରିବାରିକ ଡ୍ରାମାରେ କରଣ ୨୦୧୩ ମସିହାରୁ ଦେଖିବାକୁ ମିଳୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କରଣ ଧାରାବାହିକ ଛାଡୁଥିବା କଥା ସ୍ପଷ୍ଟ କରି ଗଣମାଧ୍ୟମରେ କହିଛନ୍ତି କି ଏହି ସୋ’ ସଦା ତାଙ୍କ ହୃଦୟରେ ରହିବ। ଏହା ବ୍ୟତୀତ ସେ ସୋ’ର ନିର୍ଦ୍ଦେଶିକା ଏକ୍ତା କପୁରଙ୍କ ରମନ ଭଲ୍ଲା ଚରିତ୍ର ପାଇଁ ଧନ୍ୟବାଦ ଜଣାଇଛନ୍ତି।
ପୂର୍ବରୁ ବିଭିନ୍ନ ଆଡୁ ଶୁଣିବାକୁ ମିଳିଥିଲା ଯେ ବର୍ତ୍ତମାନ ସୋ’ର କାହାଣୀରେ ଅସନ୍ତୋଷ ହୋଇ କରଣ ଏହି ସୋ’କୁ ଛାଡୁଛନ୍ତି। ମାତ୍ର କରଣ ଏପରି କିଛି କହିଥିବାର ଶୁଣିବାକୁ ମିଳିନାହିଁ।
ସେ ଆଗକୁ ରିୟଲିଟି ସୋ’ ‘ଖତରୋଁ କି ଖିଲାଡି’ରେ ଦେଖିବାକୁ ମିଳିବେ। ଏହି ସୋ’ର ସୁଟିଂ ପାଇଁ ଖୁବ୍ ଶୀଘ୍ର ସେ ବୁଲ୍ଗରିଆ ଯିବେ ବୋଲି ସୂଚନା ରହିଛି।