ଟ୍ଵିଇଟ୍ରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଓ୍ଵାସିଂଟନ୍: ୨୦୧୭ରେ ବିଶ୍ୱରେ ଅଧିକ ଟୁଇଟ୍ କରାଯାଇଥିବା ନେତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାନ ଦ୍ୱିତୀୟ। ପ୍ରଥମ ସ୍ଥାନରେ ରହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍। ଏ ତଥ୍ୟ ପ୍ରକାଶ କରିଛି ଟୁଇଟର୍।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବରାକ୍ ଓବାମାଙ୍କର ଦୁଇଟି ପୋଷ୍ଟ୍ ୨୦୧୭ରେ ଜନପ୍ରିୟ ହୋଇଥିବା ତିନୋଟି ଟୁଇଟ୍ରେ ରହିଥିଲା।
କାର୍ଟର୍ ଓ୍ଵିଲ୍କର୍ସନ୍ ନାମକ ଜଣେ ବ୍ୟକ୍ତି ଟୁଇଟ୍ କରିଥିବା ପୋଷ୍ଟ୍କୁ ୩. ୬ ନିୟୁତ ଥର ରିଟୁଇଟ୍ କରାଯାଇଥିଲା। ଏହା ୨୦୧୭ ବର୍ଷର ଶ୍ରେଷ୍ଠ ଟୁଇଟ୍ ବିବେଚିତ ହୋଇଛି।
ମଙ୍ଗଳବାର ଦିନ ଟୁଇଟର୍ ଏହି ତଥ୍ୟ ରିଲିଜ୍ କରିଛି। ଟୁଇଟର୍ କହିବାନୁସାରେ ଡୋନାଲ୍ଡ୍ ଟ୍ରମ୍ପ୍ଙ୍କର ଅଛନ୍ତି ୪୪. ୧ ନିୟୁତ ଫଲୋର୍। ପ୍ରଧାନମନ୍ତ୍ରୀ ମୋଦିଙ୍କର ଅଛନ୍ତି ୩୭. ୫ ନିୟୁତ ଫଲୋର୍।
ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଥିବା ନେତାମାନେ ହେଉଛନ୍ତି: ଭେନିଜୁଏଲାର ନିକୋଲାସ୍ ମାଡୁରୋ, ତୁର୍କୀର ରିସେପ୍ ତାୟିପ୍ ଏର୍ଡୋଗାନ୍, ଫ୍ରାନ୍ସ୍ର ଇମ୍ମାନୁଏଲ୍ ମାକ୍ରୋନ୍, ମେକ୍ସିକୋର ଏନ୍ରିକ୍ୟୁ ପିନା ନିଏତୋ, ଆର୍ଜେଣ୍ଟିନାର ମୌରିସିପ୍ ମ୍ୟାକ୍ରି, ବ୍ରିଟେନ୍ର ଟେରେସା ମେ’, କଲମ୍ବିଆର ଜୁଆନ୍ ମାନୁଏଲ୍ ସାଣ୍ଟୋସ୍ ଏବଂ ଇଣ୍ଡୋନେସିଆର ଆକୁନ୍ ରେସ୍ମି ଜୋକୋ ଓ୍ଵିଡୋଡୋ।
ଏ ବର୍ଷ ଶ୍ରେଷ୍ଠ ୧୦ଟି ଜନପ୍ରିୟ ଟୁଇଟ୍ରେ ଓବାମାଙ୍କର ଅନ୍ୟ ଦୁଇଟି ଟୁଇଟ୍ ମଧ୍ୟ ସ୍ଥାନ ପାଇଛି।