‘ଅବ୍କି ବାର୍ ଟ୍ରମ୍ପ ସରକାର’ କହିବା ପରେ ମଧ୍ୟ ମୋଦୀଙ୍କୁ ଭେଟିଲେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ତୁଳସୀ ଗବାର୍ଡ !
ନୂଆଦିଲ୍ଲୀ : କିଛି ଦିନ ପୂର୍ବେ ଆମେରିକାର ହଷ୍ଟନ ସହରରେ ହାଓଡ଼ି ମୋଦୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ତାଙ୍କ ଭାଷଣ ପ୍ରସଙ୍ଗରେ ‘ଅବ୍କି ବାର୍ ଟ୍ରମ୍ପ ସରକାର’ ବୋଲି କହିଥିଲେ । ଅନେକ ଭାରତୀୟ ଓ ଆମେରିକୀୟଙ୍କ ଉପସ୍ଥିତିରେ ମୋଦୀ ଆମେରିକାରେ ଆଗକୁ ହେବାକୁ ଥିବା ନିର୍ବାଚନକୁ ନେଇ ଇଙ୍ଗିତ କରିଥିଳେ । କିନ୍ତୁ ଟ୍ରମ୍ପକୁ ସମର୍ଥନ କରିବା ସତ୍ତ୍ୱେ ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ତୁଳସୀ ଗବାର୍ଡ ମୋଦୀଙ୍କୁ ଭେଟିଥିଲେ । ପୂର୍ବରୁ କୌଣସି କାର୍ଯ୍ୟକ୍ରମ ନ ଥିବା ବେଳେ ତୁଳସୀଙ୍କ ଏଭଳି ହଠାତ୍ ଦେଖା କରିବା ଖବର ସମସ୍ତଙ୍କୁ ଚମକାଇଥିଲା । ମୋଦୀ ଭାରତ ଫେରିବା ପୂର୍ବରୁ ତୁଳସୀ ମୋଦୀଙ୍କୁ ଭେଟିଥିଲେ ବୋଲି ଜଣା ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ହଷ୍ଟନରେ ଆଯୋଜିତ କରାଯାଇଥିବା ହାଓଡ଼ି ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନ ଥିଲେ ତୁଳସୀ ଗବାର୍ଡ । ଯେଉଁଥି ପାଇଁ ସେ ପୂର୍ବରୁ ଦୁଃଖପ୍ରକାଶ କରି ସାରିଥିଲେ ମଧ୍ୟ ମୋଦୀ ଭାରତ ଫେରିବା ଦିନ ସେ ତାଙ୍କୁ ହଠାତ୍ ଦେଖା କରିବାକୁ ପହଞ୍ଚିଥିଲେ । ଏହି ସାକ୍ଷାତ ଉଭୟ କ୍ଷମତାରେ ଥିବା ଦଳ ଏବଂ ବିପକ୍ଷ ଦଳକୁ ଆଶ୍ଚର୍ଯ୍ୟ କରିଥିଲା ।