ସଞ୍ଜୟ ଦତ୍ତଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବେ ମହେନ୍ଦ୍ର ସିଂହ ଧୋନି !

ନୂଆଦିଲ୍ଲୀ : ଏବେ କ୍ରିକେଟରୁ ନିଜକୁ ଦୂରରେ ରଖିଛନ୍ତି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଆଇସିସି ବିଶ୍ୱକପ ୨୦୧୯ ସମୟରେ ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ କ୍ରିକେଟଠାର ଦୂରରେ ରହିଥିବା ବେଳେ ଏବେ ତାଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଧୋନି ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ନାଁ ‘ଡଗ୍‌ହାଉସ୍‌’ ରଖାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ ସମୀର କାର୍ଣ୍ଣିକ ।

Image result for ms-dhoni-may-make-bollywood-debut-alongside-sanjay-dutt
Times of India

ସମୀର୍‌ ଫିଲ୍ମ ‘ୟମଲା ପଗ୍‌ଲା ଦିଓ୍ଵାନା’ ଓ ଫିଲ୍ମ ‘ଚାର୍‌ ଦିନ୍‌କି ଚାନ୍ଦନୀ’ ପାଇଁ ମଧ୍ୟ ପୂର୍ବରୁ ନିର୍ଦ୍ଦେଶନା ଦେଇ ସାରିଛନ୍ତି । ଏବେ ସେ ନିଜର ଆଗାମୀ ଫିଲ୍ମ ପାଇଁ ସଞ୍ଜୟ ଦତ୍ତଙ୍କୁ ବାଛିଥିବା ଜଣାପଡ଼ିଛି । ସଞ୍ଜୟଙ୍କ ବ୍ୟତୀତ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଇମ୍‌ରାନ ହାସ୍‌ମୀ ଓ ସୁନୀଲ ସେଟ୍ଟୀ । ଧୋନିଙ୍କୁ ଫିଲ୍ମରେ ଚରିତ୍ର ଅଭିନୟ କରିବାର ସୁଯୋଗ ମିଳିଥିବା ବେଳେ ଫିଲ୍ମର କାହାଣୀ ୩ଜଣ କୁକୁରଙ୍କ ଉପରେ ପର୍ଯ୍ୟବସିତ ହେବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର