ପୁରୀ: ଆଜି ପୁରୀ ସମୁଦ୍ରକୁ ଗାଧେଇବାକୁ ଆସିଥିବା ସମୟରେ ୨ଜଣ ଯୁବକ ଭାସି ଯାଇଛନ୍ତି। ଭାସି ଯାଇଥିବା ଦୁଇ ଯୁବକ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଥିବା ବେଳେ ଦୁହେଁ ଆର୍ମି ପରୀକ୍ଷା ଦେବାକୁ ଆସିଥିବା କୁହାଯାଉଛି। ସମୁଦ୍ରରେ ଭାସି ଯାଉଥିବା ଖବର ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ସମୁଦ୍ର ଭିତରୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ।