ଚାଇନା ଅନ୍ତର୍ଗତ ହେନାନ୍ ପ୍ରଦେଶର ସହର ଲିଓୟା˚ର ବାସିନ୍ଦା ଡିଆନ୍ ସାଓଜାଇ ନିଜ ହାତରେ ଗଢ଼ିଛନ୍ତି ଏକ ରୋବୋଟ୍ ରିକ୍ସା ଚାଳକ। ରୋବୋଟ୍ଟିକୁ ସୈନିକ ପୋଷାକରେ ସଜାଇଛନ୍ତି। ଯନ୍ତ୍ର ମାନବଟି ଦିଶୁଛି, ଜର୍ମାନ୍ ସ୍ବୈରଶାସକ ହିଟ୍ଲର୍ ଏବ˚ ‘ଭି ଫର୍ ଭେନ୍ଡେଟା’ ହଲିଉଡ୍ ଫିଲ୍ମର ମୁଖ୍ୟ ଚରିତ୍ରର ମୁହଁର ମିଶ୍ରଣ ପରି। ଜାପାନୀ ସୈନିକମାନେ ଦ୍ବିତୀୟ ବିଶ୍ବ ଯୁଦ୍ଧ ବେଳେ ଯେଉଁ ୟୁନିଫର୍ମ୍ ପିନ୍ଧୁଥିଲେ, ରୋବୋଟ୍ ଧାରଣ କରିଛି ସେହି ଭଳି ପୋଷାକ।
Sambad is now on WhatsApp
Join and get latest news updates delivered to you via WhatsApp
ସାଓଜାଇ ଜଣେ ପୂର୍ବତନ ସୈନିକ। ୧୯୭୯ରେ ଚାଇନିଜ୍ ସେନାରୁ ଅବସର ଗ୍ରହଣ ପରେ ସେ ରିକ୍ସା ଚାଳନାକୁ ପେସା କରିଥିଲେ। ନିଜ ହାତ-ଗଢ଼ା ରୋବୋଟ୍କୁ ଜାପାନୀ ସେନା ପୋଷାକ ପିନ୍ଧାଇବା ଏବ˚ ହିଟ୍ଲର୍ଙ୍କ ଭଳି ନିଶ ଦେବା ପଛର କାରଣଟି ଏହି ପରି। ଦ୍ବିତୀୟ ବିଶ୍ବ ଯୁଦ୍ଧ ବେଳେ ତାଙ୍କ ବାସସ୍ଥାନ ଲିଓୟା˚ ଜାପାନୀ ଆକ୍ରମଣର ସାମନା କରିଥିଲା। ବ୍ୟାପକ କ୍ଷୟ-କ୍ଷତି ସହ ବହୁ ଚାଇନିଜ୍ଙ୍କ ଜୀବନ ଯାଇଥିଲା। ତେଣୁ, ସାଓଜାଇ ଜାପାନୀ ସୈନିକ ଓ ହିଟ୍ଲର୍ଙ୍କୁ ଘୃଣା କରନ୍ତି। ଏହି ଘୃଣା ଭାବରୁ ହିଁ ସେ ରୋବୋଟ୍ ରିକ୍ସା ଚାଳକକୁ ଜାପାନୀ ସେନା ପୋଷାକ ଓ ହିଟ୍ଲର୍ ମାର୍କା ନିଶ ଦେଇଛନ୍ତି। ରୋବୋଟ୍ଟି ପୂର୍ଣ୍ଣ କାର୍ଯ୍ୟକ୍ଷମ। ରିକ୍ସା ଟାଣିବା ସହ ବୋଲ ବି ମାନିବାକୁ ସକ୍ଷମ।