ଶବାନା ଆଜମୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦୀ ଓ ଲତା ମଙ୍ଗେସକର
ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି | ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବଲିଉଡ ଜଗତରୁ ଶବାନା ଆଜମୀଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି |
Sambad is now on WhatsApp
Join and get latest news updates delivered to you via WhatsApp
The news of @AzmiShabana Ji’s injury in an accident is distressing. I pray for her quick recovery.
— Narendra Modi (@narendramodi) January 18, 2020
ମୋଦୀଙ୍କ ସହ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶବାନା ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଟ୍ୱିଟ କରିଛନ୍ତି | ଅନ୍ୟପଟେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଟ୍ୱିଟ କରି ମିଡ଼ିଆ ଉପରେ ବର୍ଷିଛନ୍ତି | ସେ ଟ୍ୱିଟରରେ ଲେଖିଛନ୍ତି ଯେ ଦୁର୍ଘଟଣାରେ ଆହତ ବ୍ୟକ୍ତି ବିଶେଷଙ୍କର କ୍ଷତାକ୍ତ ଶରୀରର ଫଟୋ ସୋସିଆଲ ମିଡିଆରେ ଛାଡ଼ନ୍ତୁ ନାହିଁ |
Deeply upset after hearing Shabanaji was hurt in a car accident. My prayers for a speedy recovery.
— Lata Mangeshkar (@mangeshkarlata) January 18, 2020
ଏଠାରେ ସୂଚନା ଥାଉ କି ମୁମ୍ବାଇ-ପୁଣେ ଏକ୍ସପ୍ରେସ୍-ୱେରେ ଶନିବାର ଅପରାହ୍ଣରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଅଶୀ ଦଶକର ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛି । ଉଭୟଙ୍କୁ ପ୍ରଥମେ ନଭି ମୁମ୍ବାଇର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ଖବର ମୁତାବକ, ଶବାନାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିଲା । ସେହି କାରରେ ଶବାନାଙ୍କ ସ୍ବାମୀ ଜାଭେଦ୍ ଅଖ୍ତର ବି ବସିଥିଲେ । ମୁମ୍ବାଇରୁ ୬୦ କିଲୋମିଟର ଦୂର ଖାଲାପୁରଠାରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଏହି ଦୁର୍ଘଟଣା ହୋଇଥିଲା । ଶବାନା ଯେଉଁ କାର୍ରେ ଯାତ୍ରା କରୁଥିଲେ ସେହି କାର୍ଟି ଯାଇ ଏକ ଟ୍ରକ୍ରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା ।