ଭୁବନେଶ୍ବର : ରାଜ୍ୟରେ ପୁଣି ୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। କୌଣସି ଲକ୍ଷଣ ନଥାଇ ସମସ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଧାୟକ ଶ୍ରୀ ରାଉତ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ୍ ଯୋଗେ ଜଣାଇଛନ୍ତି। ଏବେ ସେ ଡାକ୍ତରଙ୍କ ପରାମର୍ଶରେ ଗୃହ ସଂଗରୋଧରେ ରହିଛନ୍ତି। ବରୀ ବିଧାୟିକା ସୁନନ୍ଦା ଦାସଙ୍କର ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲେ ମଧ୍ୟ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ବିଧାୟିକା ଶ୍ରୀମତୀ ଦାସ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେହିଭଳି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିଛି। କିନ୍ତୁ ତାଙ୍କର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ଆଜି ସଂଧ୍ୟାରେ ସେ କରୋନା ପରୀକ୍ଷା କରିଥିଲେ। କିଛି ସମୟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା।