ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍ ୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୩ ଜଣ ସଂଗରୋଧ ଓ ୧୭୬ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୭ ହଜାର ୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୫ ହଜାର ୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨ ହଜାର ୬୮୪ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୪୪ ଜଣଙ୍କର ମୃତ୍ୟୁ ହୋଇଛି।
ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ବରମୁଣ୍ଡାରୁ ୬ ଜଣ, ଶୈଳଶ୍ରୀ ବିହାର, ପୁରୁଣା ଭୁବନେଶ୍ୱରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ପଟିଆରୁ ୧୦ ଜଣ, ଚନ୍ଦ୍ରଶେଖରପୁରରୁ ୯ ଜଣ, ସତ୍ୟନଗର, ୟୁନିଟ-୬ରୁ ୭ ଜଣ ଲେଖାଏଁ, ପୁରୁଣା ଭୁବନେଶ୍ୱର, ଲକ୍ଷ୍ମୀସାଗରରୁ ୬ ଜଣ ଲେଖାଏଁ, ପାତ୍ରପଡ଼ା, ବରମୁଣ୍ଡାରୁ ୫-୫ ଜଣ, ସୌଭାଗ୍ୟ ନଗର, ନିଳାଦ୍ରି ବିହାର, ବମିଖାଲ, ସହିଦ ନଗର, ରସୁଲଗଡ଼, ଜାଗମରା, ମଂଚେଶ୍ୱରରୁ ୪ ଜଣ ଲେଖାଏଁ, କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।