୨ ବିଚାରପତି ଓ ୩ କର୍ମଚାରୀ କରୋନା ଆକ୍ରାନ୍ତ
ଯାଜପୁରସଦର/ ଚଣ୍ଡିଖୋଲ/ ଛତିଆ : ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ ଯାଜପୁର ଜିଲ୍ଲା କୋର୍ଟର ଜଣେ ବିଚାରପତି ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଲୋକଙ୍କ ଭିଡ ଓ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ଜଜ୍ ଶ୍ରୀକାନ୍ତ ମିଶ୍ର ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ବିହତ ପଦକ୍ଷେପ ନେବାକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଅଦ୍ୟାବଧି କୋର୍ଟ ପରିସରକୁ ସାନିଟାଇଜ୍ କରାଯାଇନଥିବାରୁ କିଛି ଆଇନଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଚଣ୍ଡିଖୋଲ କୋର୍ଟର ଜଣେ ବିଚାରପତି ଏବଂ ୨ଜଣ ମହିଳା କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଗତ ୯ ତାରିଖରେ ବିଚାରପତି ଜଣକ କରୋନା ଆକ୍ରାନ୍ତ ହୋଇଥିଲେ। ସେ ବର୍ତ୍ତମାନ ଗୃହ ସଂଗରୋଧରେ ଅଛନ୍ତି। ଆଜି କୋର୍ଟରେ ସମସ୍ତ ଓକିଲ ଏବଂ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିଲା। ଏଥିରେ ୨ଜଣ ମହିଳା କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି।