ତ୍ରିପୁରାର ପ୍ରଥମ ସ୍ଥାୟୀ ବାସିନ୍ଦା ଭାବେ ପ୍ରତିମାଙ୍କୁ କ୍ୟାବିନେଟ୍ ପାହ୍ୟା
ନୂଆଦିଲ୍ଲୀ: ୨୦୧୯ରେ ଲୋକସଭା ସାଂସଦ ହୋଇଥିବା ପ୍ରତିମା ଭୌମିକ ଆଜି କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି। ତ୍ରିପୁରାର ପ୍ରଥମ ସ୍ଥାୟୀ ବାସିନ୍ଦାଭାବେ ପ୍ରତିମାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ କହିଛନ୍ତି, ରାଜ୍ୟ ପାଇଁ ଆଜି ଏକ ଗୌରବର ବିଷୟ। ରାଜ୍ୟର ନାରୀ ଶକ୍ତି ଆଜି ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ସେ ଭୌମିକଙ୍କର ସଫଳତା କାମନା କରିଛନ୍ତି। ବିଜ୍ଞାନରେ ଜଣେ ଗ୍ରାଜୁଏଟ୍ ଭୌମିକ ୧୯୯୧ରୁ ବିଜେପିରେ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପିରେ ଯୋଗ ଦେବାର ବର୍ଷକ ପରେ ସେ ବିଜେପି ରାଜ୍ୟ କମିଟିର ସଦସ୍ୟ ହୋଇଥିଲେ। ପ୍ରତିମା ମଧ୍ୟ ଦଳର ଯୁବ ଏବଂ ମହିଳା ଶାଖାର ଉପାଧ୍ୟକ୍ଷ ଥିଲେ। ପରେ ୨୦୧୬ରେ ସେ ଦଳର ସାଧାରଣ ସମ୍ପାଦକ ହୋଇଥିଲେ। ୧୯୯୮ ଏବଂ ୨୦୧୮ରେ ସେ ୨ଥର ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ଚାଲେଂଜ କରିଥିଲେ। କିନ୍ତୁ ୨ ଥର ଯାକ ସେ ହାରି ଯାଇଥିଲେ। ତେବେ ୨୦୧୯ରେ ସେ ସାଂସଦ ଶଙ୍କର ପ୍ରସାଦ ଦତ୍ତଙ୍କୁ ୩୦୫,୬୮୯ ଭୋଟ୍ ବ୍ୟବଧାନରେ ହରାଇଥିଲେ। ପ୍ରତିମାଙ୍କ ବାପା ଜଣେ ସ୍କୁଲ୍ ଶିକ୍ଷକ। ପ୍ରତିମାଙ୍କ ପୂର୍ବରୁ ଡାକ୍ତର ତ୍ରିଗୁଣା ସେନ ତ୍ରିପୁରାକୁ ରାଜ୍ୟସଭାରେ ପ୍ରତିନିଧିତ୍ବ କରିଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ କ୍ୟାବିନେଟ୍ରେ ସେ ଶିକ୍ଷା ଏବଂ ପେଟ୍ରୋଲିୟମ୍ ମନ୍ତ୍ରୀ ଥିଲେ।