ନୂଆଦିଲ୍ଲୀ: ପୁଣି ଆସିପାରେ ବାତ୍ୟା। ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପରେ ଆଉ ଏକ ବାତ୍ୟା ଆସିପାରେ ବୋଲି ଆକଳନ କରାଯାଉଛି। ଲ୍ୟାଣ୍ଡଫଲ ପରେ ସୋମବାର ରାତିରୁ ତେଲେଙ୍ଗାନା, ଦକ୍ଷିଣ ଛତିଶଗଡ ଏବଂ ବିଦର୍ଭା ଅଞ୍ଚଳ ଉପରେ ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ଗୁଲାବ ଆରବ ସାଗରକୁ ଯାଇ ବାତ୍ୟା ଶାହିନ୍ ଭାବରେ ପୁନଃ ଜନ୍ମ ନେଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ନୂତନ ବୁଲେଟିନ୍ରେ କହିଛି ଯେ, ବର୍ତ୍ତମାନର ଗଭୀର ଅବପାତର ଅବଶିଷ୍ଟାଂଶ ସେପ୍ଟେମ୍ବର ୩୦ରେ ଉତ୍ତର-ପୂର୍ବ ଆରବ ସାଗରରେ ଏବଂ ଗୁଜୁରାଟ ଉପକୂଳରେ ପ୍ରବେଶ କରିପାରେ। ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଆରବ ସାଗରରେ ଏହା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।
ଆଇଏମଡି ଆହୁରି ମଧ୍ୟ କହିଛି ଯେ ଆଗାମୀ ୯୬-୧୨୦ ଘଣ୍ଟା ମଧ୍ୟରେ ଆରବ ସାଗର ଉପରେ ଅବପାତ ସୃଷ୍ଟି ହେବାର ସମ୍ଭାବନା “ମଧ୍ୟମ” ଅଟେ। ତେବେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ, ଅବପାତ ଆରବ ସାଗରରେ ପ୍ରବେଶ କରିବା ପରେ ବାତ୍ୟା ଶାହିନରେ ପରିଣତ ହୋଇ ଓମାନ ଆଡକୁ ଗତି କରିପାରେ |